ମଧ୍ୟାହ୍ନ ଭୋଜନ ଶୁଖିଲା ଖାଦ୍ୟ ପାଇଁ ଟୋକନ ବଣ୍ଟନ ।

0 98

ସାନଖେମୁଣ୍ଡି,(ପିପିଟି ନ୍ଯୁଜ୍)୨୯/୦୩ ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ ୨୬ ଗୋଟି ପଂଚାୟତରେ ରହିଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ଶୁଖିଲା ଖାଦ୍ୟ ପାଇଁ ଟୋକନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନିଆ ଟୋକନ ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷକ ମାନେ ସମ୍ପୃକ୍ତ ସ୍କୁଲ ଗୁଡିକରେ ପାଠ ପଢ଼ୁଥିବା ପିଲାମାନଙ୍କର ଅଭିଭାବକ ମାନଙ୍କ ଘରକୁ ଯାଇ ଟୋକନ ପ୍ରଦାନ କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରଥମରୁ ପଞ୍ଚମ ଯାଏଁ ମାସକୁ ୩କିଲୋଗ୍ରାମ ଅନୁସାରେ ତିନି ମାସର ୯ କିଲୋଗ୍ରାମ ଏବଂ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ମାସକୁ ୪.୫କିଲୋଗ୍ରାମ ଅନୁସାରେ ସମୁଦାୟ ୧୩.୫କିଲୋଗ୍ରାମ ଚାଉଳ ବଣ୍ଟନ ନିମନ୍ତେ ଏହି ଟୋକନ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି। ଏହି ଟୋକନ ଦେଖାଇ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟ ରୁ ଅଭିଭାବକ ମାନେ ଚାଉଳ ନେଇପାରିବେ ବୋଲି ଜଣାଯାଇଛି।

Leave A Reply

Your email address will not be published.