ମଥୁରା ଗ୍ରାମରେ କରୋନା ସଚେତନତା ।

0 269

ପୋଲସରା,(ପିପିଟି ନ୍ଯୁଜ୍)୦୪/୦୪-ନିଜମୁଦ୍ଦିନ ଘଟଣା ପରେ ସାରା ଭାରତରେ କରୋନା ସଂକ୍ରମଣର ଆଶଙ୍କା ବୁଦ୍ଧି ପାଇଛି ।ଘଟଣାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସଚେତନତା ଏବଂ କଟକଣାକୁ ବ୍ୟାପକ କରିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ତପ୍ତରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ପୋଲସରା ବ୍ଲକ ମଥୁରା ଗ୍ରାମର ଯୁବ ଗୋଷ୍ଠୀଙ୍କ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ।ଯୁବ ସଦସ୍ୟମାନେ ଗ୍ରାମର ସମସ୍ତ ପ୍ରବେଶ ପଥକୁ ଅବୋରାଧ କରିବା ସହିତ ଅବୋରାଧ ସ୍ଥାନରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ ବ୍ୟବସ୍ତା କରିଛନ୍ତି ।”ପୃଥକ” ବାସ ପାଇଁ ଚିହ୍ନଟ ହୋଇଥିବା ସଦସ୍ୟଙ୍କ ଘରକୁ ଯାଇ ପୃଥକ ବାସ ପ୍ରକ୍ରିୟାକୁ ନିଷ୍ଠାର ସହିତ ପାଳନ କରିବା ପାଇଁ ଯୁବ ସଦସ୍ୟ ମାନେ ପରାମର୍ଶ ଦେଉଛନ୍ତି ।ଏହା ସହିତ ନୂତନ ଭାବରେ ଗ୍ରାମକୁ ଆସୁଥିବା ଗ୍ରାମବାସୀଙ୍କୁ ମେଡିକାଲ ଯାଇ ଆବଶ୍ୟକୀୟ ପରାମର୍ଶ ନେବାପାଇଁ ଅନୁରୋଧ କରାଯାଉଛି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ

Leave A Reply

Your email address will not be published.