ଭୋଜି ହେଲା କାଳ : ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା, ୩ ଅଟକ ।

0 191

କନ୍ଧମାଳ,୨୩/୦୬(ପିପିଟି): କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ କାଣ୍ଡାବାଡ଼ି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଜଣେ ଯୁବକକୁ ଆଉ କିଛି ଯୁବକ ସଂଘବଦ୍ଧ ଭାବେ ପିଟି ପିଟି ଅତି ନୃଶସଂଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଦଳପଡ଼ା ଗ୍ରାମର ସୁଜିତ ସାହାଣୀ ବୋଲି ଜଣାପଡିଛି । ବୁଧବାର ସକାଳୁ ଖବର ପାଇ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସଙ୍ଗେସଙ୍ଗେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସଂପର୍କରେ ଖଜୁରୀପଡ଼ା ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି । ଘଟଣାରୁ ପ୍ରକାଶ ଯେ, ସୁଜିତ ଓ ସାଙ୍ଗ ମାନେ ମିଶି ମଙ୍ଗଳବାର ରାତିରେ ଲାଇନ ପଡ଼ା ନିକଟ ପାଣ୍ଡୁଗୁଡ଼ାକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ଅନ୍ୟକିଛି ଯୁବକ ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଭୋଜି ଖାଇ ରାତିରେ ସୁଜିତ ଓ ସାଙ୍ଗ ମିଶି ବାଇକରେ ଫେରିବା ବେଳେ ସେମାନଙ୍କୁ କେତେକ ଯୁବକ ପିଛା କରି ଆସି ପୁଡୁଣିସୁଗା ଠାରେ ଅଟକାଇ ନିସ୍ତୁକ ମାଡ ମାରିଥିଲେ ଫଳରେ ସୁଜିତ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ସାଙ୍ଗ ଜଣକ ଅନ୍ଧାରରେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଜୀବନ ବଞ୍ଚାଇ ଦେଇଥିଲା। ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.