ଭୋକିଲା ମୁହଁରେ ଆହାର ଦେଲେ

0 165

ପଦ୍ମପୁର,(ପିପିଟି ନ୍ଯୁଜ୍)୨୯/୦୩ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭୁତାଣୁ କୋବିଦ-୧୯ ଯୋଗୁଁ ଗତ ୪ ଦିନ ହେଲା ସାରା ଦେଶ ରେ ଲକ ଡାଉନ ଥିବା ବେଳେ ଗରିବ ଗୁରୁବା ଦିନ ମଜୁରିଆ ଙ୍କ ସହ ରାସ୍ତା ରେ ବୁଲୁଥିବା ଗାଈ ଗରୁଙ୍କୁ ଖାଇବାକୁ ମିଳୁ ନଥିବା ରୁ ଡହଳ ବିକଳ ହୋଇ ବୁଲୁ ଥିବା ବୁଲା ଗାଈ ଗରୁ କୁକୁର ମନ ଙ୍କୁ କେତେ ଜଣ ସ୍ବେଚ୍ଛାସେବୀ ନିଜ ଉଦ୍ୟମ କ୍ରମେ ପାରିବା ବିସ୍କୁଟ ଆଦି ଖାଇବା କୁ ଦେଉଥିବା ପଦ୍ମପୁର ସହରରେ ଦେଖିବାକୁ ମିଳି ଥିଲା। ସେହିପରି ଅସହାୟ ଲୋକ ଙ୍କ ତାଲିକା ପ୍ରସ୍ତୁତ କରି ପଦ୍ମପୁର ବିଜ୍ଞପିତ ଅଂଚଳ ପରିଷଦ ର କାର୍ଯ୍ୟ ନିର୍ବାହି ଅଧିକାରୀ ଜୟନ୍ତ ସାହୁ ଘର କୁ ଯାଇ ଲୋକ ଙ୍କୁ ରନ୍ଧା ଖାଦ୍ୟ ଦେବା ସହ ବାହାର ରାଜ୍ୟ ରୁ ଆସି ରହିଯାଇଥିବ ଶ୍ରମିକ ମାନଙ୍କୁ ମଧ୍ୟ ରିଲିଫ ବାଣ୍ଟି ଥିଲେ। ଏହି ସମୟରେ ଵିଜ୍ଞାପିତ ଅଂଚଳ ପରିଷଦ ର କର୍ମଚାରୀ ମନ ଙ୍କ ସହିତ ଲେନ୍ସ କ୍ଲବ ଏବଂ ସହରର ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ

Leave A Reply

Your email address will not be published.