ଭିତ୍ତିଭୂମି ଅନୁଧ୍ୟାନ ପାଇଁ ୫୦୩ ଗ୍ରାମପଞ୍ଚାୟତ ବୁଲିବେ ଜିଲ୍ଲାପାଳ ।

0 720

ଛତ୍ରପୁର ତା. ୨୩-୪ ରାଜ୍ୟ ବାହାର ଫେରନ୍ତା ଙ୍କ ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ସ୍ଥିର କରାଯାଇଥିବା କ୍ବାରେଣ୍ଟାଇନ୍ କେନ୍ଦ୍ର ଗୁଡିକର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ୫୦୩ ଗୋଟି  ଗ୍ରାମ ପଞ୍ଚାୟତକୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ । ଗ୍ରାମ ପଞ୍ଚାୟତକୁ କେତେ ଲୋକ ଫେରିବେ, ସେମାନଙ୍କ କ୍ବାରେଣ୍ଟାଇନ୍ ପାଇଁ କେଉଂ ସବୁ ସ୍ଥାନ ଚିହ୍ନଟ କରାଯାଇଛି, ଖାଇବା ବ୍ୟବସ୍ଥା, ବିଜୁଳି ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ପ୍ରଭୃତି ଅନୁଧ୍ୟାନ କରିବେ  । ସେହିପରି ବରିଷ୍ଠ ଅଧିକାରୀ  ମାନଙ୍କୁ ଭିନ୍ନଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକର ଦାୟିତ୍ବ ନ୍ୟସ୍ତ କରାଯିବ । ଜିଲ୍ଲାକୁ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ ବୋଲି ପ୍ରାଥମିକ ଅଟକଳ କରାଯାଇଛି  । ସେମାନେ ସଂପୃକ୍ତ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ପହଞ୍ଚିବା ପରେ  ସ୍ବାସ୍ଥ୍ୟ ଯାଂଚ୍ କରାଯିବ । ସମସ୍ତଙ୍କ ପାଇଁ  ନିତ୍ୟ ବ୍ୟବହାର୍ଯ୍ୟ କିଟ୍  ଏବେଠାରୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ବ୍ଲକ୍ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ପ୍ରତି ପଞ୍ଚାୟତ ସ୍ତରରେ ପରିଚାଳନା କମିଟିମାନ ଗଠନ କରାଯିବ । କେଉଁ ମାନଙ୍କୁ ଦାୟୀତ୍ବ ଦିଆଯିବ ତାର ତାଲିକା ଏବେ ଠାରୁ ପ୍ରସ୍ତୁତ ହେବ । ଯେଉଁ ମାନେ ଅବହେଳା କରିବେ ସେମାନଙ୍କ ଉପରେ ଉତ୍ତର ଦାୟୀତ୍ବ ଧାର୍ଯ୍ୟ କରାଯିବ । କରୋନା ଆକ୍ରାନ୍ତ ରାଜ୍ୟରୁ ଲୋକମାନେ ଫେରିବାକୁ ଥିବାରୁ ସର୍ବାଧିକ ସତର୍କତା ସହିତ ସେମାନଙ୍କର କ୍ବାରେଣ୍ଟାଇନ୍ ପରିଚାଳନା କରାଯିବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି  । ସାମାଜିକ ଦୂରତ୍ବ କିପରି ଅବଲମ୍ବନ କରାଯିବ ପ୍ରତ୍ୟେକ ବ୍ଲକ୍ ନିଜ ନିଜର ଆଦର୍ଶ ମାର୍ଗଦର୍ଶିକା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଜଣାଇବେ  ।
            ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅନାମ ଚରଣ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ   ।

Leave A Reply

Your email address will not be published.