ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର ।

0 92

ପାଲଲହଡାରେ,୨୨/୦୪-ଅନୁଗୋଳ ଜିଲ୍ଲ‍ ପାଲଲହଡ଼ା ଉପଖଣ୍ଡ ଖମାର ଥାନା ବଡସଡା ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଅର୍ଜୁନ ପୂର୍ତ୍ତି(୪୦) ଅାଜି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଛେଳି ଚରାଇବାକୁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିବାବେଳେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁହଁ, ହାତ, ଗୋଡରେ ଗଭୀର କ୍ଷତ ହୋଇଛି। ଖବରପାଇ ଖମାର ରେଞ୍ଜର ଘଟଣାସ୍ଥଳକୁ ଯାଇ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି ।
ରିପୋର୍ଟ – ରାହୁଲ ବେହେରା ।

Leave A Reply

Your email address will not be published.