ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣାଗସ୍ତ, ଟ୍ରକ ଡ୍ରାଇଭର ମୃତ, ହେଲଫର ଆହତ ।

0 358

ବୋଲଗଡ,୨୧/୦୮(ପିପିଟି); ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାର ୩୦ ଫୁଟ ତଳକୁ ଓଲଟି ପଡିଥିଲା । ଫଳରେ ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ହେଲଫର ଗୁରୁତର ଆହତ ହୋଇଛନ୍ତି । .ଖବର ପାଇ ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନସ ପହଂଚି ଆହତ ହେଲଫରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଗୁରତର ହେଲଫର ନାମ ସେକ ବସିରୁଧିନ ଓ ଟ୍ରକ୍ ଡ୍ରାଇଭର ରାଜେଶ ମଲିକ । ଉଭୟଙ୍କ ଘର ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଅଂଚଳର ବୋଲି ତାଙ୍କ ଠାରୁ ଠାବ କରାଯାଇଥିବା ପରିଚୟ ପତ୍ର ରୁ ଜଣା ପଡୁଛି । ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ନଂ WB 41J 4905 କୋଲକୋତାରୁ ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଟ୍ରକ ଟି ଓଲଟି ପଡିଥିଲା । ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା । ଘଟଣା ହସ୍ଥଳରେ ଚାନ୍ଦପୁର ପୋଲିସ୍ ପହଞ୍ଚି ଶବ ଜବତକରି ବ୍ୟବଛେଦ ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.