ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବରଗଡ଼ ଜିଲ୍ଲାକୁ ତୁଫାନି ଗସ୍ତ ।

0 84

ପଦ୍ମପୁର,(ପିପିଟି ନ୍ଯୁଜ୍)୨୧/୦୫,ରାଜନୀତି ହଉ କି ସାମାଜିକ କାର୍ଯ୍ୟ, ସେବା ହଉ କି ଅନ୍ୟାୟ ବିରୋଧ ରେ ଆନ୍ଦୋଳନ ସମସ୍ତ କର୍ଯ୍ୟ ରେ ସବୁ ବେଳେ ଆଗୁଆ ରହି ନିଜର ପ୍ରସ୍ତୁତୁ ଜାହିର କରିଥାଏ ଭାରତୀୟ ଜନତା ଯୁବମୋର୍ଚ୍ଚା । ସେହିପରି ବର୍ତ୍ତମାନ ସାରା ବିଶ୍ୱକୁ କରୋନା ଭୁତାଣୁ ନିଜ କାୟା ବିସ୍ତାର କରି କବଳିତ କରିଥିବା ବେଳେ ସର ଦେଶ ରେ ମଧ୍ୟ କରୋନା ର ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଲୋକେ ଘରୁ ନ ଭରିବା ସହ ଲକଡାଉନ ମନୁଛନ୍ତି। ହେଲେ ଏହି ସମୟରେ ନିଜର କର୍ତ୍ତବ୍ୟ ପରାୟଣତାର ଉଦାହରଣ ଦେଇ ପ୍ରତିଦିନ ନିଜ ଜୀବନକୁ ବାଜିରେ ଲଗାଇ ସ୍ୱାସ୍ଥ୍ୟ କର୍ମୀ, ସ୍ଵଛତା କର୍ମୀ, ତଥା ସାମ୍ବାଦିକ ମାନଙ୍କୁ ମୋଦୀଜି କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରିଥିବା ବେଳେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଚାଲି ଥିବା ବେଳେ ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ମଧ୍ୟ ଲଗାତାର ରକ୍ତଦାନ ଶିବିର ତଥା କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରୁଥିବା ବେଳେ ଗତ କାଲି ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ବରଗଡ଼ ଗସ୍ତ ଯୁବମୋର୍ଚ୍ଚା ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ର ସଂଚାର କରିଛି। ବରପାଲି ତଥା ପାଇକମାଲ ଅଂଚଳ ରେ ରକ୍ତଦାନ ଶିବିର କରାଯାଇଥିବା ବେଳେ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ପଦ୍ମପୁର ଉପଖଣ୍ଡ ସାରଳାକୁମାରି ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ୱଚ୍ଛତା କର୍ମୀ ମାନଙ୍କ ଗୋଡ ଧୋଇ ଉପଢୋକାନ ସହ ସୁଖା ଖାଦ୍ୟ ତଥା ଚାଉଳ ଡାଲି ଆଳୁ ଆଦି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ପଦ୍ମପୁର ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଅଂଚଳ ରିକ୍ସା ଚାଳକ ମାନଙ୍କୁ ମଧ୍ୟ ସୁଖା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହା ସହ ମାନ୍ୟବର ପ୍ରଧାନମନ୍ତ୍ରୀ କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରିଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନ ଜଣାଇ, ପାଇକମାଲ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୋକନ ସହ ଧନ୍ୟବାଦ ପତ୍ର ସହ ସମ୍ମାନିତ କରିଥିଲେ। ଏହା ସହ ଅତବୀରା ରେ ଯୁବମୋର୍ଚ୍ଚା ସଦସ୍ୟ ମାନଙ୍କ ସହିତ ସ୍ଥିତି ବିଷୟରେ ଆଲୋଚନା ସହ ରକ୍ତଦାନ , ଖାଦ୍ୟ ସାମଗ୍ରୀ ବଣ୍ଟନ , କରୋନା ଯୋଦ୍ଧା ଙ୍କୁ ଉତ୍ସାହ ଆଦି କାର୍ଯ୍ୟ ଅବିରତ ଚଳାଇବା ପାଇଁ ଅନୁରୋଧ ସହ ସଦସ୍ୟଙ୍କୁ ଉତ୍ସାହିତ କରିବାପାଇଁ ଅଭିବାଦନ ଜଣାଇଥିଲେ। ଏବଂ ପଦ୍ମପୁର ଠାରେ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ କରୋନା ସହ ମୁକାବିଲା ପାଇଁ ପ୍ରଧାନ ମନ୍ତ୍ରୀ ରିଲିଫ ପାଣ୍ଠି କୁ ୧ଲକ୍ଷ୮୫ହଜାର୨୨୦ ଟଙ୍କା ର ଅନୁଦାନ ରାଶୀ ପ୍ରଦାନ ପରି  ଯୁବମୋର୍ଚ୍ଚା ଆଗକୁ ମଧ୍ୟ ଏହି ସମସ୍ତ ସାମାଜିକ କାର୍ଯ୍ୟ ତଥା ସ୍ବେଚ୍ଛାକୃତ ସେବା ଚଳାଇବା ସହ ଦେଶର ହିତ ସାଧନ ପାଇଁ ସଦା ସର୍ବଦା ଆଗୁଆ ରହିବ ବୋଲି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ, ବରିଷ୍ଠ ନେତା ସନତଗଡ଼ତୀୟା, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବରିଷ୍ଠ ନେତା ସୁରେଶ୍ୱର ଶତପଥୀଙ୍କ ସହ, ଜିଲ୍ଲାର ପ୍ରତେକ ନିର୍ବାଚନ ମଣ୍ଡଳୀର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମନେ ଉପସ୍ଥିତ ରହି ହୋଇଥିବା କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.