ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତ ଦାନ ।

0 105

ପଦ୍ମପୁର,(ପିପିଟି)୦୫/୦୫:-ମହାମାରୀ ରୂପ ନେଇଥିବା କରୋନା ଭୂତାଣୁ ପାଇଁ ସମଗ୍ର ଓଡିଶା ଲକଡାଉନ କୁ ସମ୍ମାନ ଜଣାଇ ଘରୁପଦାକୁ ବାହାରୁ ନଥିବାବେଳେ ପଦ୍ମପୁର ଭାରତୀୟ ଯୁବମୋର୍ଚା ପଦ୍ମପୁର ସରକାରୀ ରକ୍ତ ଭଣ୍ଡାର ର ଅଭାବି ପାଇଁ ରୋଗୀ ମାନଙ୍କ କଲ୍ୟାଣ ନିମନ୍ତେ ଆଜି ବି.ଜେ.ପି ସର୍ଗିବାହାଲ ମଣ୍ଡଳ ପକ୍ଷରୁ ରକ୍ତଦାନ କରାଯାଇଛିା ଆଜିକାର ଏଶୁଭ କାର୍ଯ୍ୟକ୍ରମ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦିପ ପୁରୋହିତ,ଭାରତୀୟ ଜନତା ଯୁବମୋର୍ଚାର ରାଜ୍ୟ ସଂପାଦକ ଯୁବନେତା ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବ ସହ ରକ୍ତଦାନ ଭଳି ମହତଦାନ ଏବଂ ଦେଶହିତରେ ଭାରତୀୟ ଯୁବମୋର୍ଚା ଓଡିଶା ଶାଖା ବେଶ୍ ତତ୍ପର ସହ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ସହ ସଦାସର୍ବଦା ଆଗଧାଡିରେ ଛିଡାହୋଇ ମହତ କାର୍ଯ୍ୟ ସିଦ୍ଧିରେ ସହଯୋଗ କରିବ ବୋଲି ତାଙ୍କ ମନ୍ତବ୍ୟ ରେ ମତବ୍ୟକ୍ତ କରିଛନ୍ତିାଉକ୍ତ ରକ୍ତଦାନ ଶିବିର ରେ ସର୍ଗିବାହାଲ ବି.ଜେ.ପି ମଣ୍ଡଳ ସଭାପତି ନିରାକାର ବରିହା,ଭାରତୀୟ ଜନତା ଯୁବ ମୋର୍ଚା ବରଗଡ ଜିଲ୍ଲା ସଭାପତି ପ୍ରିତେଶ ବହିଦାର,ଜମଲା ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ମେହେର,ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା,ଭେଉଁରିଆ ସମିତିସଭ୍ୟା ସରସ୍ୱତୀ ସାହୁ,ରାହାସ ସାହୁ,ପଦ୍ମପୁର ନଗର ସଭାପତି ସୁନିଲ ଅଗ୍ରୱାଲ,ସମାଜ ସେବୀ ଅଶୋକ ମିଶ୍ର ,ରାମ ବେହେରା,ନିରୋଜ ଦାସ,ନରେଶ ସୁନ୍ଦର ସାହୁ,ଇଂଜିନିୟର କୁନାଲ ପାଣିଗ୍ରାହୀ,ପ୍ରମୋଦ ମେହେର,ଦିନେଶ ବାରିକ ପ୍ରମୁଖ ଉପସ୍ଥିତ ରହି ଶ୍ବିରକୁ ସୁଚାରୁରୂପେ ପରିଚାଳନା କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.