ଭବାନୀଚରଣ ପଟ୍ଟନାୟକ ଅସୁସ୍ଥ

0 297

ଭୁବନେଶ୍ବର (ପିପିଟି ନ୍ଯୁଜ୍)୨୬/୦୩-
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀଚରଣ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ହୃଦ୍ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର କ୍ଯାପିଟାଲ ହସ୍ପିଟାଲରେ ବୁଧୁ ବାର ଦିନ ଭର୍ତ୍ତି ହୋଇଛନ୍ତି ।ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଉଦ୍ଦବେଗ ପ୍ରକାଶ ପାଇଛି ଏବଂ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତର ଟିମ୍ ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଭବାନୀ ବାବୁଙ୍କ ଆଶୁ ଆରୋଗ୍ଯ କାମନା କରିବା ସହ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.