ଭଞ୍ଜନଗର ରେ ୩୩ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାପାଳଙ୍କ ସମୀକ୍ଷା ।

0 534

କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ଆଜି ଗୋଟିଏ ଦିନରେ ସର୍ବାଧିକ ୩୩ଟି ପଜିଟିଭ କେଶ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୪ଜଣ ପୋଲିସ କର୍ମଚାରୀ, ଜଣେ ବ୍ଲକ କର୍ମଚାରୀ, ଭଞ୍ଜନଗର ଅଞ୍ଚଳର ୩ଜଣ,ନିଳାଦ୍ରୀ ବିହାର ରୁ ୬ଜଣ, ସୁବୁଦ୍ଧି ସାହିରୁ ୨ଜଣ,ବାଇପାସ ରୋଡ଼ରୁ ୨ଜଣ,ଶ୍ରୀକ୍ଷେତ୍ର ବିହାର, ମେନ ରୋଡ଼, ରଥ ସାହି, ଭେଜିପୁଟ, କେନାଲ ସାହି ରୁ ଜଣେ ଲେଖାଏଁ ଏବଂ ଏହି ବ୍ଲକ ମୁଜାଗଡ଼ର ୪ଜଣ,ଗୁରା ବାଡ଼ି, ଡିହ ପଢାଳ, ଭାଲିଆ ଖାଇ, ବଡ଼ କୋଦଣ୍ଡା, ଡେଙ୍ଗା ପଦର ଓ ବଦାଙ୍ଗୀ ଗ୍ରାମର ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ଅଛନ୍ତି। ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ କରୋନା ମୁକାବିଲା ପାଇଁ କୋଭିଡ଼ ମନିଟରିଂ କମିଟି ଗଠନ କରି ସହରରେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଓ କୋଭିଡ଼ କୁ ନେଇ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ କହିଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.