ଭଞ୍ଜନଗର ବ୍ଲକରୁ ୫, ଏନ.ଏ.ସି ରୁ ୨ ପଜିଟିଭ ଚିହ୍ନଟ ।

0 229

ଭଞ୍ଜନଗର,୦୫/୦୭(ପିପିଟି);ପ୍ରତିଦିନ ଭଞ୍ଜନଗର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏଭଳି ସ୍ଥିତିରେ ସମସ୍ତେ ସଚେତନ ହୋଇ ସାମାଜିକ ଦୂରତ୍ବ ରଖିବା, ମାସ୍କ ବ୍ୟବହାର ଓ ଘରେ ରହିବା ଭଳି ନିୟମ ପାଳନ କଲେ ସୁରକ୍ଷିତ ରହିପାରିବା।ହସ୍ତଗତ ହୋଇଥିବା ରିପୋର୍ଟରୁ ଭଞ୍ଜନଗର ବ୍ଲକର ରାଜକୁଣ୍ଡୁ, ଗୋଲାପଡା,ବେଣାକୁନ୍ଦା ଗ୍ରାମର ଜଣେ ଲେଖାଏଁ ଥିବାବେଳେ କୁଲାଡ଼ ଗ୍ରାମର ଗୋଟିଏ ପରିବାରର ୨ଜଣ ଏବଂ ଭଞ୍ଜନଗର ଏନ.ଏ.ସି ର ପୁରୁଣା ବଜାର ସାହି ରୁ ଜଣେ ଓ ମେଡ଼ିକାଲ ରୁ ଜଣେ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ସମସ୍ତଙ୍କୁ କୋଭିଡ଼ କେୟାର ସେଣ୍ଟର ଓ ପରେ କୋଭିଡ଼ ହସ୍ପିଟାଲକୁ ପଠାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.