ଭଞ୍ଜନଗର ଏନ.ଏ.ସି ରେ ୫କରୋନା ପଜିଟିଭ ଚିହ୍ନଟ, ବହୁ ଅଞ୍ଚଳ ସିଲ ।

0 695

ଭଞ୍ଜନଗର,ତା-୨୫/୦୬(ପିପିଟି); ଭଞ୍ଜନଗର ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ପ୍ରଶାସନ ଓ ଜନସାଧାରଣ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବୁଧବାର ଭଞ୍ଜନଗର ବ୍ଲକର ଲାଲସିଙ୍ଗ ଗ୍ରାମର ଜଣେ ଓ ଅନ୍ୟ ଜଣେ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁଣି ଏନ.ଏ.ସି ର ବିଭିନ୍ନ ୱାର୍ଡରୁ ୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଭଞ୍ଜନଗର ଖାଲାସାହି ଛକ ଠାରୁ ଥାନା ଛକ ର ଉଭୟ ପାର୍ଶ୍ଵ ଦୋକାନ ବଜାର,ପୁରୁଣା ବଜାର ସାହି ଉପେନ୍ଦ୍ର ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ର ପଛପାଖ ବଜାର ଓ  ଏଲ.ଅଇ.ସି ଅଫିସ ଠାରୁ ଭେଜିପୁଟ ଗୋଲା ସାହି ତଥା ଜଗନ୍ନାଥ ମନ୍ଦିରର ଉଭୟ ପାର୍ଶ୍ଵ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଗୁରୁବାର ଠାରୁ କାର୍ଯ୍ୟକାରୀ କରିବା ପାଇଁ ଏନ.ଏ.ସି ତରଫରୁ ସୂଚନା ଦିଆଯାଇଛି। ତେଣୁ ସମସ୍ତେ ସତର୍କ ରହି ଏହି ନିୟମ ପାଳନ କରିବା ଜରୁରୀ ହୋଇପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.