ଭଞ୍ଜନଗରରେ ଆଜି ପୁଣି ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

0 654

ଭଞ୍ଜନଗର,୨୧/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ଭଞ୍ଜନଗର ଅଞ୍ଚଳରୁ ୨୩ଜଣ ଓ ଆଜି ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୭ଜଣ ପୋଲିସ କର୍ମଚାରୀ, ଜଣେ ଆଇ.ସି.ଡ଼ି.ଏସ ଅଫିସ ସୁପରଭାଇଜର ରହିଥିବା ବେଳେ ଭଞ୍ଜନଗର ଏନ.ଏ.ସି ର ପାତ୍ର କଲୋନୀ ର ୭ଜଣ,ନିଳାଦ୍ରୀ ବିହାର, ତ୍ରିମୂର୍ତ୍ତି ସାହି, ଫରେଷ୍ଟ କଲୋନୀ ଓ ଭଞ୍ଜନଗର ରୁ ଜଣେ ଲେଖାଏଁ ଥିବା ବେଳେ ଏହି ବ୍ଲକର ବାଉଁଶ ଲୁଣ୍ଡି ରୁ ୩ଜଣ,ଦୋ ମୁହାଣୀ, ଜିଲୁଣ୍ଡି, ବିରିକୋଟ, କୁଲାଡ଼ ଓ ଲଣ୍ଡେଇ ସାହିରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.