ବଡ଼ଗଡ଼ ଆମ ପୁଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର,୧୧୯ ୟୁନିଟ୍ ରକ୍ତ ସଂଗ୍ରହ ।

0 172

ସ‌ୋରଡ଼ା,(ପିପିଟି)୧୨/୦୬ , ବଡ଼ଗଡ଼ ଆମ ପୁଲିସ ସମିତି ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଭାବେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ବଡ଼ଗଡ଼ ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ୧୧୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଏଥିରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏଥିରେ ଆସିକା ଏସ୍‌ଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ,ସୋରଡ଼ା ତହସିଲଦାର ରବିନ୍ଦ୍ର ମିଶ୍ର, ସ‌ୋରଡ଼ା ଆଇଆଇସି ରମେଶ କୁମାର ପ୍ରଧାନ, ଧରା‌କୋଟ ଆଇଆଇସି ସୁବୋଧ ମହାପାତ୍ର, ଶେରଗଡ଼ ଆଇଆଇସି ରମେଶ ଚନ୍ଦ୍ର ଦାସ, ଆସିକା ଆଇଆଇସି ପ୍ରଶାନ୍ତ କୁମାର ସାହୁ ଓ ଶେରଗଡ଼ ବିଡ଼ିଓ ସୁରଞ୍ଜନ ସାହୁ, ସମ୍ବାଦ ସାମ୍ବାଦିକ ଜ୍ଞାନଚାନ୍ଦ୍ ଜଗନ୍ନାଥ ଯୋଗ ଦେଇଥିଲେ ରକ୍ତଦାନ ପାଇଁ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରକୁ ବଡ଼ଗଡ଼ ଥାନା କର୍ମଚାରୀ ଓ ସ୍ଥାନୀୟ ବାସୀନ୍ଦା ପରିଚାଳନାରେ ସହଯୋଗ କରିଛନ୍ତି। 
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.