ବ୍ଲକ ସ୍ତରୀୟ କଳାକାର ସମାବେଶ ।

0 176

ପଦ୍ମପୁର,୧୨/୦୭(ପିପିଟି) ;ବରଗଡ ଜିଲ୍ଲା ପାଇକମାଲ ବ୍ଲକ ସ୍ତରୀୟ ଲୋକକଳା ଓଡିଆ,ଭାଷା ସାହିତ୍ୟ ସାଂସ୍କୃତି ସଂଘ ତରଫରୁ ଆଜି ପାଇକମାଲ ବ୍ଲକ ଅଧିନରେ ଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ ପରିସରରେ ଏକ ସମାବେଶ କୋଭିଡ-୧୯ କୁ ଆଖି ଆଗରେ ରଖି ଅନୁଷ୍ଠିତ  ହୋଇଯାଇଛି । ସମାବେଶ ଆରମ୍ଭ ପୂର୍ବରୁ ପୂଜକ ପୃଥିରାଜ ଯୋଶୀ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ପୂଜାଅର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୁକୁରାମୁଣ୍ଡା ଗ୍ରାମର ଗୌତିଆ ଜଗଦିଶ ବାରିକଙ୍କ ସଭାପତିତ୍ୱରେ ସଂକ୍ରମିତ କରୋନା ଭାଇରସକୁ ଦୃଷ୍ଟିରେ ରଖି ଦୂରତ୍ୱ ଅବଲମ୍ବନ ସହ ମାସ୍କ  ବ୍ୟବହାର କରି କଳାକାର ମାନେ ସଭାରେ ବସିଥିବାର ଲକ୍ଷ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ବ୍ଲକରୁ କଳାକାର ଚକ୍ରପାଣି ସେଠ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କଳାକାର ଘନଶ୍ୟାମ ନାଗ,ଶାନ୍ତିଲାଲ ପ୍ରଧାନ,ରମେଶ ଯୋଶୀ ଯୋଗଦାନ ସହ ଉଦ୍ୟୋକ୍ତା ଭାବେ ସୁକଦେବ ବେରିଆ,ଅମୃତ ଜାଲ,କନ୍ଦର୍ପ ପ୍ରଧାନ,ସାଧୁ ଚରଣ ସାହୁ ସମବେତ ସମସ୍ତ କଳାକାର ମାନଙ୍କୁ ସ୍ୱାଗତ କରିଥିଲୋ ପରେ ଏହି ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏ ପରିପ୍ରେକ୍ଷୀରେ କଳାକାର ମାନଙ୍କ ଦହନୀୟ ଅବସ୍ଥା କୁ ଦୃଷ୍ଟି ରେ ରଖି ଏକ ଖସଡା ପ୍ରସ୍ତୁତ କରାଯାଇଥିଲା । ଏ ଅଞ୍ଚଳର ବରିଷ୍ଠ କଳାକାର ମାନଙ୍କର ବିକାଶ ମାଧ୍ୟମ ତଥା ଲୋକକଳାକୁ ସୁଦୃଢ଼ କରିବା,କଳାକାର ମାନେ ନିଶାଦ୍ରବ୍ୟ ବ୍ୟବହାର ରେ ଅଙ୍କୁଶ ଲଗାଇବା ଓ ବ୍ଲକ କଳା ସାଂସୃ୍ତିକ ସଂଘ ତରଫରୁ ବ୍ଲକ ପଞ୍ଜୀକୃତ ପ୍ରମାଣପତ୍ର ଅତିଶୀଘ୍ର ପ୍ରଦାନ କରିବାପାଇଁ ପ୍ରସ୍ତାବ ଗୃହୀତ କରାଗଲା । ପରେ ସଭାପତି ସୁରୁଖୁରୁ ରେ ସଭାକାର୍ଯ୍ୟ ପରିଚାଳିତ କରିଥିବାରୁ ଉଦ୍ୟୋକ୍ତା ମାନେ ମିଳତ ହୋଇ ସାଧୁବାଦ ଜଣାଇ ସଭାକାର୍ଯ୍ୟ ସମାପନ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.