ବ୍ଲକ ଛକରେ ସମ୍ମିଳିତ ନୀରବ ପ୍ରାର୍ଥନା ଓ ଶପଥ ପାଠ ।

0 20

ଭଞ୍ଜନଗର,୦୫/୦୮(ପିପିଟି); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ଼ାକରାରେ ଭଞ୍ଜନଗର ବ୍ଲକ ଛକ ଠାରେ କୋରନା ଯୋଦ୍ଧା ମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଏହି ବିପତ୍ତି ସମୟରେ ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ୬ଟା ବେଳେ ସମ୍ମିଳିତ ଭାବେ ଏକ ମିନିଟ ନୀରବ ପ୍ରାର୍ଥନା ଓ ପରିବାର ଏବଂ ନିଜର ସୁରକ୍ଷା ପାଇଁ କୋଭିଡ଼ ନିୟମ ପାଳନ କରବା ପାଇଁ ଶପଥ ପାଠ କରାଯାଇଥିଲା। ଏଥିରେ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଭିନ୍ନ ସରକାରୀ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଓ କୋଭିଡ଼ ମନିଟର ମାନେ ସାମିଲ ହୋଇଥିଲେ। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.