ବୋଲଗଡ଼,୧୯/୦୬(ପିପିଟି):ବିଭିନ୍ନ ଗଣମାଧ୍ୟମ ପ୍ରକାଶ ଅନୁସାରେ ଫ୍ଲୋରାଇଡ ଓ ଲୋରାସିସ ସାରାଓଡି଼ଶା ପାଇଁ ଏକ ସାଂଘାତିକ ସମସ୍ୟା ଥିବାବେଳେ ସେଥିମଧ୍ୟରୁ ବୋଲଗଡ଼ ଅଞ୍ଚଳ ବାଦ୍ ପଡିନାହିଁ। ତେବେ ଏହାର ପ୍ରଭାବ ହଠାତ୍ ଦେଖା ଯାଉନଥିବାରୁ ଏହାକୁ ଯେତିକି ଗୁରୁତ୍ବ ଦେବାକଥା ସେତିକି ଗୁରୁତ୍ବ ଦିଆଯାଇନାହିଁ। ଏହା ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେବା ଆବଶ୍ୟକ। ମାତ୍ରାଧିକ ଫ୍ଲୋରାଇଡ କାରଣରୁ ଫ୍ଲୋରୋସିସ ବେମାର ହୋଇଥାଏ। ଶରୀରର ଅସ୍ଥି ସବୁ ଦୁର୍ବଳ ହୋଇ ଅସହ୍ୟ ଯନ୍ତ୍ରଣାରେ ଜୀବନ ଦୁର୍ବିସହ ହୋଇଯାଏ। ଅଣ୍ଟା ନଇଁ ଯାଏ। ଗୋଡ଼ ସବୁ ବଙ୍କା ହୋଇଯାଏ। ଦାନ୍ତ ସବୁ କଷରା ପଡିଜିବା। ଆଉ ଗୋଟିଏ ସାଙ୍ଘାତିକ ବିଷୟ ଏହି ଯେ ମାତ୍ରାଧିକ ଫ୍ଲୋରାଇଡ ଶିଶୁ ମାନଙ୍କର ଓ ବ୍ୟକ୍ତିର ମାନସିକ ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ। ବୋଲଗଡ଼ ଅଞ୍ଚଳର ଲୋକ ମାତ୍ରାଧିକ ଫ୍ଲୋରାଇଡଗ୍ରସ୍ତ ଜଳ ବ୍ୟବହାର କରି ଆସୁଛନ୍ତି। ବିଶେଷ କରି ସାଗରଗୁଆଁ ଗ୍ରାମ ପଞ୍ଚାୟତର ବାଳସିଂହ ଗ୍ରାମ ର ମାତ୍ରାଧିକ ଫ୍ଲୋରାଇଡ ମିଶ୍ରିତ ପାଣି ବ୍ୟବହାର କରୁଛନ୍ତି। ତାହାର ପ୍ରଭାବ କଣ ହୋଇଛି ଜାଣିବା ନିମନ୍ତେ ଆଜି ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ।
ସବୁଠାରୁ ଗୁରୁତ୍ବପୂର୍ଣ ଏହା ଯେ ଆଜିଯାଏଁ ଫ୍ଲୋରୋସିସର କୌଣସି ଚିକିତ୍ସା ହିଁ ବାହାରି ନାହିଁ।
ବୋଲଗଡ଼ ଅଞ୍ଚଳ ର ପ୍ରତ୍ୟେକ ପାନୀୟ ଜଳ ଉତ୍ସର ମାନ ପରୀକ୍ଷା କରି ଜନସାଧାରଣଙ୍କୁ ସଚେତନ କରାଇବା ସରକାରଙ୍କ ଉପରେ ଚାପ ପକାଇବା ନିତ୍ୟାନ୍ତ ଜରୁରି ଅଟେ। ପରିଣାମରେ ଅଞ୍ଚଳର ପ୍ରତ୍ୟେକ ଗାଁକୁ ନଦୀ ଓ ବୃହତ ଜଳଭଣ୍ଡାରରୁ ଫ୍ଲୋରାଇଡ ମୁକ୍ତ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର ତତ୍ପରତା ହେବା ଉଚିତ୍। କିନ୍ତୁ ନୂଆ ସରକାର ଏହାକୁ ଗୁରୁତ୍ବ ଦେଇ ଧ୍ୟାନ ଦେବେ ଯାହା କି ବୋଲଗଡ଼ ଜନ ସାଧାରଣ ଲକ୍ଷ୍ୟ ରଖିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)