ବୋଲଗଡରେ ଭିଡିଓ କାଫେରେନ୍ସି ଦ୍ଵାରା ଆମ ହସ୍ପିଟାଲ ଉଦଘାଟିତ।

0 264

ବୋଲଗଡ଼,୨୬/୦୨(ପିପିଟି):ରାଜ୍ୟ 5ଟି ଭିକେ ପଣ୍ଡିଆନଙ୍କ ଆବହକତ୍ୱରେ ଓ ଭିଡିଓ କଂଫେରେନ୍ସି ମାଧ୍ୟମର ଓଡିଶା ରାଜ୍ୟର ୧୮ଟି ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରକଳ୍ପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ରୂପାନ୍ତରିତ କାର୍ଯ୍ୟକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦଘାଟନ କରିଛନ୍ତି।ସୁସ୍ଥ ଓଡିଶା ସୁଖୀ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଜନ ସାଧରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗାଇଛନ୍ତି।ଏହା ଦ୍ଵାରା ଗରିବ ମହିଳା ରୋଗୀ ମାନେ ଚିକିତ୍ସା ପାଇଁ ୧୦ଲକ୍ଷ ଓ ପୁରୁଷ ଗରିବ ରୋଗୀ ମାନଙ୍କୁ ୫ଲକ୍ଷ ଟଙ୍କା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯୋଗାଇ ଦେଇଅଛନ୍ତି। ଏହି ସ୍ୱାସ୍ଥ୍ୟ ଯୋଜନା ଯୋଗୁଁ ବହୁ ଗରିବ ରୋଗୀ ମାନେ ଉପକୃତ ହୋଇ ପାରୁଛନ୍ତି।

ଆମ ହସ୍ପିଟାଲ ରୂପାନ୍ତରିତ ଯୋଜନାରେ ଗଠନ ହେଉଥିବା ଚିକିତ୍ସାଳୟରେ ବହୁ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ମରଣାତ୍ମକ ରୋଗରୁ ଉପଶମ ହୋଇପାରିଛନ୍ତି।ଏହି ପ୍ରରିପ୍ରେକ୍ଷୀରେ ଆମ ହସ୍ପିଟାଲ ରୂପାନ୍ତରିତ ମାଧ୍ୟମରେ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ବେଗୁନିଆ ଉପଖଣ୍ଡ ଜିଲ୍ଲା ଚିକିତ୍ସାଲୟକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ (ଭିଡିଓ କାଫେରେନ୍ସ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି)।ଆଜିର କାର୍ଯ୍ୟକ୍ରମରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା,ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ,ଉପଧକ୍ଷ ରମେଶ ସାହୁ,ଜିଲ୍ଲା ପରିଷଦସଭ୍ୟ ସୁନନ୍ଦିତାସାହୁ,ସୁବାସ ରାୟଗୁରୁ, ଖୋର୍ଦ୍ଧା ଜିଲ୍ଲା ସୂଚନା ଅଧିକାରିଣୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ,ବିଡ଼ିଓ ଶରତ କୁମାର ମଲ୍ଲିକ,ତହସିଲଦାର ନିବେଦିତା ପରିଡା ପ୍ରମୁଖ ଯୋଗଦେଇଥିଲେ।ବୋଲଗଡ଼ ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳ ଓ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ସ୍ଥାନୀୟ ଅଗ୍ନିସେବା ଶମ ଅଧିକାରୀ ମାନେ ଉପସ୍ଥିତ ଥିଲେ।ପରିଶେଷରେ 5ଟି ଅଧକ୍ଷ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.