ବେଲଗୁଣ୍ଠା,୨୬/୧୧(ପିପିଟି): ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନଭେମ୍ବର ୨୬ ତାରିଖ ୭୨ ତମ ସମ୍ବିଧାନ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନୀତି ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ଅଧ୍ୟାପକ ଡଃ ଗୁରୁମୁର୍ତ୍ତି ନାୟକ,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ପ୍ରଧାନ, ରଞ୍ଜିତ କୁମାର ସାମଲ,ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ସପନ କୁମାର ପ୍ରଧାନ ଯୋଗ ଦେଇଥିଲେ ।ଡଃ ପ୍ରଫୁଲ୍ଲ କୁମାର ଜେନାଙ୍କ ଆବାହକରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ସମ୍ବିଧାନର ସ୍ଥନ ବିଶ୍ବ ସମୁହରେ ସ୍ୱତନ୍ତ୍ର ବୋଲି ମତପ୍ରକାଶ ପାଇଥିଲା । ଭାରତୀୟ ସମ୍ବିଧାନର ବିଚାରଧାରା ଓ ଏହାକୁ ତିଆରି କରିଥିବା ମହାପୁରୁଷ ମାନଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଣେ ଭାରତୀୟ ଭାବେ ଆମ ସମ୍ବିଧାନରେ ପ୍ରଣୀତ ଆଇନ ଗୁଡିକ ସମ୍ମାନ ଦେଇ ଆମେ ପାଳନ କରିବା ଉଚିତ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଭାରତର ନାଗରିକ ଭାବେ ସମ୍ବିଧାନର ମହତ୍ତ୍ଵକୁ ଗୁରୁତ୍ୱ ଦେଇ ଅଖଣ୍ଡ ଭାରତରେ ଶାନ୍ତି, ମୈତ୍ରୀ ଓ ଭାତୃ ଭାବ ବଜାୟ ରଖି ଗୋଟିଏ ଧର୍ମ ନିରପେକ୍ଷ ବିଶାଳ ଗାଣତାନ୍ତ୍ରିକ ରାଷ୍ଟ୍ର ସମସ୍ତ ସାମ୍ବିଧାନିକ ନିୟମକୁ ପାଳନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ । ଏନ୍.ଏସ୍.ଏସ୍ ୟୁନିଟ୍ ୧,୨ ଓ ୩ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ପ୍ରୋଗ୍ରାମ ଅଫିସର ସପନ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post
ଦିଲ୍ଲୀ କୃଷକ ଆନ୍ଦୋଳନ ଓ ଶ୍ରମିକ ଧର୍ମଘଟର ବାର୍ଷିକ ଦିବସ ପରିପ୍ରେକ୍ଷୀରେ ରଣପୁର ରେ କୃଷକ-ଶ୍ରମିକ ପ୍ରତିବାଦ।
Next Post