ବେଲଗୁଣ୍ଠାରେ ଦୁଇ କରୋନା ଯୋଦ୍ଧା, ଜଣେ ଶିଶୁଙ୍କ ସହ ୪ ପଜିଟିଭ ।

0 379

ବେଲଗୁଣ୍ଠା,୦୪/୦୭(ପିପିଟି);କରୋନାର ହଟସ୍ପଟ୍ ଗଞ୍ଜାମ ଗତ ଦୁଇଦିନ ଧରି ଲଗାତାର ୩୭୮ ବ୍ୟକ୍ତି ଚିହ୍ନଟ ହେଉଛନ୍ତି । ଆଜି ୨୧୬ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରେ ଦୁଇ ଜଣ କରୋନା ଯୋଦ୍ଧା, ଜଣେ ୫/୬ ବର୍ଷର ଶିଶୁ ଓ ଜଣେ ସ୍ଥାନୀୟ ଲୋକ ଅଛନ୍ତି ।କରୋନା ଯୋଦ୍ଧାଙ୍କ ମଧ୍ୟରୁ ଜଣେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୩୫ ବର୍ଷୀୟ ଏ.ଏନ୍.ଏମ୍ ରହିଥିବା ବେଳେ ଅନ୍ୟ ଜଣେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁରକ୍ଷା କର୍ମୀ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ଶିଶୁ ପୁତ୍ରଟି ମଧ୍ୟ ଜଣେ କରୋନା ଯୋଦ୍ଧା ତଥା ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀଙ୍କ ପୁଅ । ସେ ତିନି ଦିନ ତଳେ ଚିହ୍ନଟ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଟେଣ୍ଡାଣ୍ଟଙ୍କ କଣ୍ଟାକ୍ଟ ଟ୍ରେସିଂ ରେ ଆସିଥିବା ବେଳେ ତାର ବାପା ଓ ମାଆଙ୍କ ରିପୋର୍ଟ ଆସିନାହିଁ । ସେହିପରି ଅନ୍ୟ ଜଣି ସ୍ଥାନୀୟ ବ୍ୟକ୍ତି ଜଣକ ଗାଙ୍ଗପୁର ଅଞ୍ଚଳର ୩୮ ବର୍ଷୀୟ ଜଣେ ବ୍ୟକ୍ତି । ପ୍ରତିଦିନ ସଂଖ୍ୟା ବଢୁଥିବା ବେଳେ ପରୀକ୍ଷା ପାଇଁ ସ୍ୱାବ୍ ଦେଇ ଆସିଲା ପରେ ସ୍ୱାବ୍ ଦେଇଥିବା ବ୍ୟକ୍ତି ସଙ୍ଗରୋଧ ରେ ନ ରହି ବୁଲାବୁଲି କରିବା ଏବଂ ଅନ୍ୟ ମାନଙ୍କ ସହ ମିଶିବା ଗୋଷ୍ଠୀ ସଂକ୍ରମଣ ବଢାଉଛି ବୋଲି ଆଲୋଚନା ହେଉଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.