ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାନ ସଭା ୧୧ ପ୍ରାର୍ଥୀଙ୍କୁ ଭୋଟ ଦେବେ ୨ ଲକ୍ଷ ୧୮ ହଜାର ୯୭୭ ଭୋଟର।

0 53

ବୋଲଗଡ,୨୦/୦୫(ପିପିଟି):ଭୁବନେଶ୍ୱର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀରେ ଏଥର ୫୪୫୦ନୂଆ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ,ଯାହାଙ୍କର ବୟସ ୧୮ରୁ ୧୯ ବର୍ଷ।ସେହିପରି ୨୪ଜଣ ତୃତୀୟ ଲିଙ୍ଗ ଭୋଟ ଦେବେ।ସରକାରୀ ସୂଚନା ମୁତାବକ ଏହି ନିବାଚନମଣ୍ଡଳୀ ଦୁଇଟି ବ୍ଲକକୁ ନେଇ ଗଠିତ।ଏଥିରେ ବୋଲଗଡ଼ ବ୍ଲକର ୧୯ ଗୋଟି ପଞ୍ଚାୟତ ଓ ବେଗୁନିଆ ବ୍ଲକର ୨୧ ଗୋଟି ପଞ୍ଚାୟତ ଅଞ୍ଚଳରେ ସର୍ବମୋଟ ୨ଲକ୍ଷ ୧୮ହଜାର ୯୭୭ଜଣ ଭୋଟର ରହିଛନ୍ତି। ତନ୍ମଧ୍ୟରୁ ୧ଲକ୍ଷ ୫ହଜାର ୮୦୬ଜଣ ମହିଳା ଓ ୧ଲକ୍ଷ ୧୩ ହଜାର ୧୪୭ଜଣ ପୁରୁଷ ଅଛନ୍ତି।ନୂତନ ଭୋଟରଙ୍କ ମଧ୍ୟରେ ୨୯୭୪ ଜଣ ପୁରୁଷ ୨୪୬୮ଜଣ ମହିଳା ଓ ୮ଜଣ ତୃତୀୟ ଲିଙ୍ଗ ରହିଛନ୍ତି।ନିର୍ବାଚନମଣ୍ଡଳୀରେ ୨୨୯ଟି ବୁଥ ରହିଛି।ବୋଲଗଡ ବ୍ଲକରେ ୧୨୧ଟି ବୁଥ ରହିଛି।ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ବେଳେ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସମୁଦାୟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ପୃଥ୍ବୀବଲ୍ଲଭ ପଟ୍ଟନାୟକ(କଂଗ୍ରେସ),ପ୍ରକାଶ ଚନ୍ଦ୍ର ବିଜୁଳି(ବିଜେପି),ପ୍ରଦୀପ କୁମାର ସାହୁ(ବିଜେଡି),

ମାନସ ରଞ୍ଜନ ଦାସ(ମାନସ ଲୋକଶକ୍ତି ଦଳ),
ସତ୍ୟବ୍ରତ ମହାପାତ୍ର(କୃପା ପାର୍ଟି),ସୂର୍ଯକାନ୍ତି ରାଉତ
(ଜୟ ମହାଭାରତ ପାର୍ଟି ଓ ଜନାର୍ଦ୍ଦନ ଦଳବେହେରା)
ମନୋଜ କୁମାର ପ୍ରଧାନ,ଶୁଭକାନ୍ତ ଖଡିରତ୍ନ,ସନ୍ତୋଷ କୁମାର ସାହୁ,ପ୍ରଦୀପ କୁମାର ସାହୁ ସ୍ଵାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ନିଜର ସାଙ୍କେତିକ ଚିହ୍ନ ପାଇବା ପରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.