ବୁଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଦ୍ୱିତୀୟ ଅବଦାନ ସଂସ୍କାର ସେଟ୍ ରୁ….।

0 243

ପଦ୍ମପୁର,୧୦/୦୮(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ଥିତ ବୁଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଦ୍ୱିତୀୟ ଅବଦାନ ସମ୍ବଲପୁରୀ ଫିଲିମ୍ ସଂସ୍କାର ର ସୁଟିଙ୍ଗ ବିଭିନ୍ନ ସ୍ଥାନକୁ ନେଇ ଚାଲିଛି । ସଂସ୍କାର ର ଲେଖକ ଓ ନିର୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି । ସମାଜର ବର୍ତ୍ତମାନ ଯୁବପିଢ଼ି ଆଜି ଦିଗହରା ହୋଇ କିପରି ପଥଭ୍ରଷ୍ଟ ହେଉଛନ୍ତି,ନିଶାସେବନ ର କୁପରିଣତି ର ଝଲକ ବିଷୟରେ କଳାକାର ମାନେ ତାଙ୍କ ଅଭିନୟ ପର୍ଯ୍ୟବେସିତ କରିଛନ୍ତି । ଏହି ଫିଲିମ୍ ର କ୍ୟାମେରା ମେନ ହେଉଛନ୍ତି ଯୁବ କ୍ୟାମେରା ମେନ ନିଲୁ ସାହୁ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ନସିବ୍ ଓ ମନୋଜ । ବିଭିନ୍ନ ଭୂମିକାରେ ସର୍ବଶ୍ରୀ ଆଦିତ୍ୟ ପଣ୍ଡା,ମାନଭଂଜନ ପୁରୋହିତ, ଯୁଗେନ୍ଦ୍ର ମେହେର,ଅନନ୍ତ ସାହୁ,ଚନ୍ଦନ ବାରିକ,ଚୈତନ୍ୟ ସାହୁ,କେଦାର ପ୍ରସାଦ ସାହୁ,ସୁଶାନ୍ତ ମହାପାତ୍ର ,ବିଜୟ ମେହେର,ପ୍ରିୟାଂଶ ରଣା,ସଂଜୟ ରଣା,ରିଙ୍କୁ ମେହେର, ପୌଲସ୍ୟ ସାହା ଓ ଅଜିତ ଶର୍ମା ନିଖୁଣ ଭାବେ ଅଭିନୟ ପ୍ରର୍ଦଶନ ଦେଖାଇଛନ୍ତି । ଦୀପକ ଦାଶ ଏଇ ଫିଲିମ୍ ରେ ସହ ନିର୍ଦ୍ଦେଶକ ଓ ପିଣ୍ଟୁ ଧରେଇ ପରିଚାଳକ ଭାବେ କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.