ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ।

0 205

ପଦ୍ମପୁର,(ପିପିଟି ନ୍ଯୁଜ୍)୩୦/୦୫, ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋଭିଡ୍ -୧୯ ନିଜର କାୟା ବିସ୍ତାର କରିଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାଶ ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ମଧ୍ୟ ଲକ୍ ଡାଉନ ଚାଲିଛି। ପ୍ରାୟ ଦେଢ଼ ମାସ ହେଲା ଲୋକେ କରୋନା ଭୁତାଣୁର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କଥାକୁ ସମର୍ଥନ କରି ଘରେ ରହୁଛନ୍ତି। ହେଲେ ଏହି ଘଡି ସନ୍ଧି ମୁହୁର୍ତ୍ତରେ  ମଧ୍ୟ ନିଜର ଦାୟିତ୍ବ ନ ଭୁଲି ଦେଶବସୀଙ୍କ ପାଖକୁ ପ୍ରତି ଦିନ ଘରୁ ପଦାକୁ ବାହାରି ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦେଶ ତଥା ବିଭିନ୍ନ ଯୋଜନା ଏବଂ  କାର୍ଯ୍ୟକ୍ରମ ବିଷୟରେ କାର୍ଯ୍ୟାଳୟ ଠାରୁ ତଥ୍ୟ ସଂଗ୍ରହ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଶା ଏବଂ ଅଙ୍ଗନବାଡି କର୍ମୀ ମନଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରି ସମ୍ମାନିତ କରିଛନ୍ତି। ଏହି ପରିପେକ୍ଷିରେ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବୁକୁରାମୁଣ୍ଡା ପଂଚାୟତର ସମସ୍ତ ଅଙ୍ଗନୱାଡି ଏବଂ ଆଶା କର୍ମୀ ମାନଙ୍କୁ ଉପଢୋକାନ ଏବଂ ଧନ୍ଯବାଦ ପତ୍ର ଦେବା ସହ ପାଦ ଧୋଇ ସମ୍ମାନିତ କରିଥିଲେ। ଏହି ସମୟରେ ବରଗଡ଼ ଜିଲ୍ଲା ସଭାପତି ପ୍ରିତେଶ କୁମାର ବହିଦାର, ଲଖମରା ମଣ୍ଡଳ ସଭାପତି ଭୀଷ୍ମଦେଵ ସାହୁ, ଜଗନ୍ନାଥ ଛାତ୍ରୀଆ, ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ, ଦ୍ରୋଣ ବେହେରାବରିଷ୍ଠ ନେତା ଲିଙ୍ଗରାଜ ପଧାନ, ଅଜିତ କୁମାର ସାହୁ, ଯୁଧିଷ୍ଠିର ନାୟକ, ଯୁବନେତା ନରେଶ ସୁନ୍ଦର ସାହୁ, ଇଞ୍ଜିନିୟର କୁନାଲ ପାଣିଗ୍ରାହୀ, ରାଜୀବ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.