ବିଷାକ୍ତ ସାପ କାମୁଡ଼ାରେ ଯୁବତୀ ମୃତ ।

0 199

ଭଞ୍ଜନଗର,(ପିପିଟି)୧୨/୦୬,ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନ ପୁର ଗ୍ରାମରେ ଗତକାଲି ରାତିରେ ବସନ୍ତ ସ୍ଵାଇଁ ଙ୍କ ଝିଅ ଜଲିତା ସ୍ଵାଇଁ (୨୦) ଶୋଇଥିବା ବେଳେ ଏକ ବିଷଧର ସାପ ଆସି ତାକୁ କାମୁଡ଼ି ଦେଇଥିଲା।ଜଲିତା ର ଚିତ୍କାର ଶୁଣି ଘର ଲୋକ ଉଠିପଡ଼ି ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ହେଲେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.