ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀରୁ ମନ୍ଦିରକୁ ଫେରିଲେ ।

0 138

ପଦ୍ମପୁର,ତା-୦୧/୦୭(ପିପିଟି); ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ କାଳ ରହିବାପରେ ବିନାରଥ,ବିନାଭକ୍ତରେ ଆଜି ମନ୍ଦିରକୁ ଫେରି ଆସିଛନ୍ତି । ମହାମାରୀ କରୋନା ପାଇଁ କୋଭିଡ-୧୯ କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ନିଜ ମନ୍ଦିରକୁ ଫେରିଆସିବାକୁ ପଡିଛି । ପ୍ରଥମେ ମାଉଁସୀ ମନ୍ଦିର ଚାରିପଟେ ଏବଂ ରାସ୍ତାକୁ ସାନିଟାଇଜର ସିଞ୍ଚନ କରାଯାଇଥିଲା । ତାପରେ ଗ୍ରାମର ବିଦ୍ୟାଧର ସାହୁ ପହଣ୍ଡି ବିଜେ କରିଥିଲେ ।ପଣ୍ଡିତ ଝସକେତନ ପଣ୍ଡା, ନୀଳମଣି ତ୍ରିପାଠୀ,କବି ପଣ୍ଡା,ଅନୁଭବ ପାଣିଗ୍ରାହୀ,ଗୁଣମଣି ତ୍ରିପାଠୀ,ବ୍ରଜକିଶୋର ତ୍ରିପାଠୀ, ଡିଲେଶ୍ୱର ତ୍ରିପାଠୀ,ରାଜେଶ ପୁରୋହିତ,ମହେନ୍ଦ୍ର ମହାପାତ୍ର ଙ୍କ ସହ ଗ୍ରାମ୍ୟ କମିଟୀର ସଭାପତି ମୋହନ ପ୍ରଧାନ,ମୀନ ବାଗ,ସୁବାଷ ଚନ୍ଦ୍ର ବେହେରା,ସାମ୍ବାଦିକ ଗୋବିନ୍ଦ ପଟେଲ, ମିଲନ ପାଣ୍ଡେ,ପରେଶ ସେଠ,ଦୁର୍ଗାପ୍ରସାଦ ଅଗ୍ରୱାଲ,କୁମାର ଗୌରବ ବେହେରା ପ୍ରମୁଖ ପହଣ୍ଡି ରେ ସହଯୋଗ କରି ମହାପ୍ରଭୁଙ୍କୁ ହାତ ରେ ନେଇ ମନ୍ଦିରରେ ପହଞ୍ଚାଇଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.