ବିନା ରଥଟଣାରେ ମାଉଁସୀ ଘରକୁ ଗଲେ ତିନି ଠାକୁର ।

0 569

ପଦ୍ମପୁର,ତା- ୨୩ /୦୬(ପିପିଟି); ମାନ୍ଯବର ସର୍ବୋଚ୍ଚ ନ୍ୟାୟାଳୟ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ କରାଇବା ପାଇଁ ଶେଷ ମୁହୂର୍ତ୍ତରେ ଅନୁମତି ଦେଇଥିଲେ  । ବିଧିରକ୍ଷା ପାଇଁ  ପଦ୍ମପୁର ସହରରେ ବିନା ରଥଟଣାରେ ତିନି ଠାକୁରଙ୍କୁ ମାଉଁସୀ ଘରକୁ ନିଆଯାଇଛି  । ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ, ସ୍ଥାନୀୟ ମେହେର ପଡା ଓ ରଜାପଡାରେ ସଟ ଡାଉନ୍ ଭିତରେ ତିନି ଠାକୁରଙ୍କୁ ହାତଗଣତି ଶ୍ରଦ୍ଧାଳୁଙ୍କୁ ନେଇ ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଥିଲା  । ବିଧି ଦୃଷ୍ଟିରୁ ତିନି ଠାକୁରଙ୍କୁ ରଥକୁ ଚତାଇ ଦିଆଯାଇ ସାଙ୍ଗେ ସାଙ୍ଗେ ଓହ୍ଲାଇ ଦିଆଯାଇଥିଲା  । ପୋଲିସ ନିରାପତ୍ତା ବଳୟ ଭିତରେ ମେହେର ପଡାରୁ ସାହୁପଡା ଗୋପାଳଜୀ ମନ୍ଦିର ଓ ରଜାପଡାରୁ ଶାନ୍ତି ପଡା ସ୍ଥିତ ମାଉଁସୀ ଘରକୁ ତିନି ଠାକୁରଙ୍କୁ ନିଆଯାଇଥିଲା । ସାମାଜିକ ଦୂରତ୍ବ ଏବଂ ମାସ୍କ ପିନ୍ଧିବା ସହିତ ଅନ୍ଯାନ୍ଯ ନିୟମାବଳୀକୁ କଡାକଡି ଭାବେ ପାଳନ କରାଯିବାର ପରିଲକ୍ଷିତ କରା ଯାଇଥିଲା  । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହକାରୀ ଉପ ଜିଲ୍ଲାପାଳ ଦୀପ୍ତିମୟୀ ଭୁଏ, ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ, ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ, ଆଇଆଇସି ମାନସ ରଞ୍ଜନ ପ୍ରଧାନ, ଲୋକ ସମ୍ପର୍କ ଓ ସୂଚନା ଅଧିକାର ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଏନଏସି ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ  । ସେହିପରି ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ବିନା ଭକ୍ତଙ୍କ ସମାଗମ ରଥଯାତ୍ରା ପାଳିତ ହୋଇଯାଇଛି  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.