ବିଧାୟିକାଙ୍କ ସଙ୍ଗରୋଧ ଗୃହ ପରିଦର୍ଶନ,ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା ।

0 665

କୋଦଳା,(ପିପିଟି ନ୍ଯୁଜ୍)୧୮/୦୫,କବିସୂର୍ଯ୍ୟ ନାଗର ବିଧାୟିକା ଲତିକା ପ୍ରଧାନ ସୋମବାର ଦିନ ବେଗୁନିଆପଡା ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହ ବୁଲି ଦେଖିଥିଲେ।ଏହି ବ୍ଲକର ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର, ଏସ.ଛଚିନା ,ବୁରୁଝରି, ସୁମଣ୍ଡଳ, ସାଙ୍କୁଡା ,ଷଣ୍ଢମୂଳ,ଅଙ୍ଗାରଗାଁ ,କୁମ୍ଭାରଗାଁ,ତାଳସର, ବଡଖଇରଖମା,ଓଡିଶା ଆଦର୍ଶ ବିଦ୍ୟାଳୟ, , ବେଗୁନିଆପଡା ଖଣ୍ଡିଆନଈ ,ମର୍ଦ୍ଦକୋଟ ଆଦି କରୋନା କେନ୍ଦ୍ର ଗୁଡ଼ିକ ବୁଲି ଦେଖି ଥିଲେ।ଏହିସମୟରେ ସ୍ଥାନୀୟ ସରପଞ୍ଚ ,ଶିକ୍ଷକ, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ କାମକୁ ପ୍ରଶଂସା କରିଥିଲେ।ଏହା ପରେ ସଙ୍ଗରୋଧ ଗୃହରେ ଥିବା ପ୍ରବାସି ଓଡ଼ିଆ ମାନଙ୍କ ସହ ଆଲୋଚନା କରିବା ସହିତ ୨୨ଦିନ ରହିବା କଷ୍ଟ ହେଲେ ମଧ୍ୟ ସରକାରଙ୍କ ନିୟମ ପ୍ରକାରେ ରହିବା ଫଳରେ ନିଜ ଜୀବନ, ପରିବାର ଓ ସମାଜର ସୁରକ୍ଷା ହୋଇପାରିବ।ଏଣୁ ସୁବିଧା ଅସୁବିଧାକୁ ନିଜର ଭାବି ଏହି ବିପର୍ଯ୍ୟସ୍ତ ସମୟରେ ପରସ୍ପର ସହଯୋଗ କରି କରୋନାର ମୁକାବିଲା କରିବାକୁ ଅନୁରୋଧ କରିଥିଲେ।ଏଥିସହିତ ଆପଣମାନେ ଏଠାରୁ ଗଲା ପରେ ହୋମ କ୍ଵାରେଣ୍ଟାଇନିରେ ରହିବା ପରେ ନିଜ ନିଜ ଗ୍ରାମରେ ଥିବା କରୋନା କେନ୍ଦ୍ରରେ ସହଯୋଗ କରିବାକୁ କହିଥିଲେ।ଏହିସମୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ସରପଞ୍ଚ ହୃଷିକେଶ ମେହେଣ,ସମାଜସେବୀ ଗୋପବନ୍ଧୁ ସାହୁ ସ୍ଥାନୀୟ ସରପଞ୍ଚ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.