ବିଧାୟିକାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସମାଜସେବୀଙ୍କ ଦାନ ।

0 342

କୋଦଳା,(ପିପିଟି ନ୍ଯୁଜ୍)୨୦/୦୪- କରୋନା ଭାଇରସ ମୁକାବିଲା ପାଇଁ ସରକାର ଗରିବ ଅସହାୟ ଓ ନିରାଶ୍ରୟ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ।ଏହାରି ଭିତରେ ବହୁ ସହୃଦୟ ବ୍ୟକ୍ତି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ମାଧ୍ୟମ ରେ ଆର୍ଥିକ ସହଯୋଗ କରୁଥିବା ଜଣାପଡିଛି ।ସୋମବାର କୋଦଳା ତହସିଲ କାଯ୍ୟାଳୟ ପରିସର ରେ କୋଦଳା ଅଞ୍ଚଳ ର ଯୁବ ସମାଜସେବୀ ସୂର୍ଯ୍ୟ ନାୟକ  କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତି ରେ ତହସିଲଦାର ପ୍ରଭାତ କୁମାର ପରିଡାଙ୍କୁ ମୁଖ୍ଯମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ନିମନ୍ତେ ୨୫୦୦୦ ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ସେହିପରି  ସରକାର ରାସନ କାର୍ଡଧାରୀଙ୍କୁ ଚାଉଳ ସମେତ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି ତେବେ ଅନେକ ଅସହାୟ ଓ ଗରିବ ବିଭିନ୍ନ କାରଣରୁ ରାସନ କାର୍ଡ ପାଇ ପାରି ନାହାନ୍ତି ।ଏହି ବର୍ଗର ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ଗଞ୍ଜାମ ଜିଲ୍ଲାପାଳ “ମିଲ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ସେହି ମିଲ କାର୍ଯକ୍ରମ କୁ ସହାୟତା ର ହାତ ବଢାଇଛନ୍ତି କୋଦଳା ନଗର ବିଜେଡି ସଭାପତି ସଞ୍ଜୀବ କୁମାର ସାହୁ ।ସେ ମିଲ କାର୍ଯକ୍ରମ କୁ ୨୦୦୦୦ ଟଙ୍କାର  ଏକ ଚେକ ଅତିରିକ୍ତ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଥିବା ବେଳେ ବେଗୁନିଆପଡା ବ୍ଲକ ପରିସରରେ ବିଡିଓ ବେଦବର ପ୍ରଧାନଙ୍କ ଉପସ୍ଥିତି ରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କୁ ଭେଟି କେତେକ ଦାତବ୍ୟ ବ୍ୟକ୍ତି ଏହି ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି ।ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁ, ମର୍ଦ୍ଧମେଖ ସରପଞ୍ଚ ହୃଷିକେଶ ମେହେଣ,ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମଣ ଗୌଡ଼, ବଟେଶ୍ବର ହାଇସ୍କୁଲ ଖେଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ,କଣ୍ଟ୍ରାକ୍ଟର ଅକ୍ଷୟ କୁମାର ନାୟକ,କଣ୍ଟ୍ରାକ୍ଟର ଆଲୋକ କୁମାର ବାରିକ ମୋଟ ୭୭ହାଜର ଏକ ଶତ ୧୧ଟଙ୍କା ପ୍ରଦାନ କରିଛନ୍ତି। ଏଥିସହିତ ICICI ବ୍ୟାଙ୍କ ତରଫରୁ ମ୍ୟାନେଜର ଦେବାଶିଷ ବାବୁ  ସାନିଟାଇଜର ଓ ମାସ୍କ ପ୍ରଦାନ କରିଥିବା ଜଣାପଡିଛି ।ସେହିପରି ମର୍ଦ୍ଦମେଖ ସମିତିସଭ୍ଯା ବିଷ୍ଣୁ ପ୍ରିୟା ଗୌଡ଼ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.