କୋଦଳା,୨୫/୦୭(ପିପିଟି);ରାଜ୍ୟ ମହିଳା ବିଜେଡିର ଉପଦେଷ୍ଟା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ନିଯୁକ୍ତି ଦେଇଥିବାରୁ ଆଜି କୋଦଳା ଏନ୍ଏସି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ୫୦୦ ରୁ ଉର୍ଦ୍ଧ୍ଵ ମହିଳା ଏକତ୍ରିତ ହୋଇ ବିଧାୟିକାଙ୍କୁ ଶଙ୍ଖ ହୁଳହୁଳି ଧ୍ୱନିରେ କଲ୍ୟାଣ ମଣ୍ଡପ ମୁଖ୍ୟ ଦ୍ୱାର ରୁ ପାଛୋଟି ନେଇ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସମସ୍ତ ମା ମାନଙ୍କୁ ବିଧାୟିକା ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । “ବିକାଶ ରଥରେ ଆପଣ ମାନେ ହିଁ ମୋ ସାରଥୀ ” ବୋଲି କହିବା ସହିତ ଆଜି ଆମେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଲାଗି ସ୍ୱାବଲମ୍ବି ହୋଇ ପାରିଛେ, ନାରୀ ଜାତିକୁ ସ୍ୱତନ୍ତ୍ର ସମ୍ମାନ ମିଳୁଛି, ପୂର୍ବ ଭଳି ଘର କୋଣେ ନ ବସି ଆଜି ଆମେ ବିଭିନ୍ନ କାର୍ଯ୍ୟ ନିଜେ କରି ପାରୁଛେ । ଆଗାମୀ ଦିନରେ ଦଳ ଓ ମହିଳା ସଂଗଠନକୁ ସୁଦୃଢ କରିବା ସହିତ ଏନ୍ଏସି ର ଉନ୍ନୟନ କାର୍ଯ୍ୟକୁ ମିଳିମିଶି କରିବା ପାଇଁ ଆହ୍ୱାନ କରିଛନ୍ତି ବିଧାୟିକା । ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ପାଇଁ ମହିଳା ମାନଙ୍କୁ ଅଗ୍ରlଧିକାର ଦିଆଯିବ ବୋଲି ବିଧାୟିକା କହିଥିବା ବେଳେ ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ସତ୍ୱେ ଏତେ ସଂଖ୍ୟକ ମା ମାନଙ୍କୁ ଦେଖି ଆନନ୍ଦ ଅନୁଭବ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସୁଜାତା ରାଣୀ ପ୍ରଧାନ ,ନଗର ସଭାପତି ସଂଜୀବ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )