ବିଦ୍ୟୁତ ଲଗାଇବାକୁ ଯାଇ ଅସ୍ଥାୟୀ କର୍ମଚାରୀ ମୃତ ।

0 658

କୋରାପୁଟ ,(ପିପିଟି ନ୍ୟୁଜ୍)୨୦/୦୫,କୋରାପୁଟ ଜିଲା ଅନ୍ତର୍ଗତ ଦଶମନ୍ତପୁର ଥାନା ଅଧିନରେ ଯାଉଥିବା ପୋଡାଯୋଡି ଛକ ନିକଟରେ କରେଣ୍ଟ୍ ଲଗାଇବାକୁ ଯାଇ କରେଣ୍ଟ୍ ତାର ସ୍ପର୍ଶରେ ଜଣେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି ଦେଖିବାକୁ ମିଳିଛି। ମୃତ୍ୟୁ ବ୍ୟକ୍ତି ହେଲେ ଲିମଜାନୀଙ୍କ ପୁଅ ନବୀନ ଜାନୀ  ଲକ୍ଷ୍ମୀପୁର ବ୍ଳକ କାକିରିଗୁମା ଥାନା ଅଧିନରେ ଯାଉ ଥିବା ପଞ୍ଚଡା ପଞ୍ଚାୟତର ଟେମାରିଗୁଡା ଗ୍ରାମର ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଏକ ବର୍ଷ ଧରି କରେଣ୍ଟ୍ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ ଲେବର କାମ କରି  ଅଞ୍ଚଳବାସୀଙ୍କୁ କରେଣ୍ଟ୍ ଯୋଗାଇ ଦେବା ନିମନ୍ତେ  ଛଟବଡ କାମ କରୁଥିଲା।ଅଞ୍ଚଳରେ କରେଣ୍ଟ୍ ନଥିବା ଯୋଗୁ କରେଣ୍ଟ୍ କାଟି ଝୋଡିପାଇ ଛକ  ନିକଟସ୍ଥ ପଡିଆ ଠାରେ ଥିବା ପୋଲ ଚଢି କାମ କରୁଥିବା ସମୟରେ କେହି ଜଣେ ଦୁର୍ବୃତ୍ତ କାକିରିଗୁମା ସବ ଷ୍ଟେସନ  କରେଣ୍ଟ୍ ଚାର୍ଜ କରିଥିବାରୁ କରେଣ୍ଟ୍ ସ୍ପର୍ଶରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଶବକୁ ସ୍ଥାନୀୟ  ଅଗ୍ନି ଶ୍ରମ ବିଭାଗର କର୍ମଚାରୀମାନେ  ଯାଇ ଉଦ୍ଧାର କରି ଥିବା ଦେଖିବାକୁ ମିଳିଛି। ଏପରିକି ଘଟଣା ଉପୁଜିଥିବା ଯୋଗୁଁ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ଲେଙ୍କା ଦଶମନ୍ତପୁର ଥାନାରେ ଏତଲା ଦେଇଥିବା ର ଦେଖିବାକୁ ମିଳିଛି। ଏହା ପରେ ଘଟଣା ସ୍ଥଳକୁ ଯାଇ ଦଶମନ୍ତପୁର ଥାନା ଆଇଆଇସି କ୍ଷୀରେଶ୍ବର ସାହୁ ,କୋରାପୁଟ ଏସ୍ ଡି ପିଓ ବଳଭଦ୍ର ଦୀପ୍, ତହସିଲଦାର ତହସିଲଦାର-ଅଜୟ ପ୍ରକାଶ ତିର୍କୀଙ୍କ ଉପସ୍ଥାପନରେ ଶବକୁ ଉଦ୍ଧାର ଯାଇଥିଲା।ପରିବାର ସଂପର୍କୀୟ ଲୋକମାନେ ପାଞ୍ଚ ଲକ୍ଷ ଦାବୀ କରିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଚାରି ଲକ୍ଷ ଟଙ୍କା ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ ଚାକିରୀ ଦେବା ନିମନ୍ତେ ଏଗ୍ରିମେଣ୍ଟ୍ କରାଯାଇଥିଲା।                       

ରିପୋର୍ଟ – ତପନ ହିଆଲ

Leave A Reply

Your email address will not be published.