କୋଦଳା,୦୮/୧୦(ପିପିଟି):ଆଜି ଅପରାହ୍ନରେ କୋଦଳା ଥାନା ଅନ୍ତର୍ଗତ ମଠସରସିଂ ନିକଟରେ ୧୧ କେଭି ବିଦ୍ୟୁତ ଅବ୍ୟବସ୍ଥା ଖୁଣ୍ଟରେ ଚଢି ସଜାଡୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବୈରାଗୀ ରାଉତଙ୍କ ପୁଅ ଅମୁଲ୍ୟ ରାଉତ(୩୧) । ତାଙ୍କ ଘର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରଖମ। ପଂଚାୟତର ଗୁଞ୍ଜବଳା ଗ୍ରାମରେ। ଆଜି ବିଦ୍ୟୁତ ସରବରାହରେ ତ୍ରୁଟି ଯୋଗୁଁ ସେ ମରାମତି ପାଇଁ ଖୁଣ୍ଟରେ ଚଢିଥିଲେ। ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ତଳେ ପଡିଯିବା ପରେ ତାଙ୍କୁ ତୁରନ୍ତ କୋଦଳା ମେଡିକାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅମୁଲ୍ୟ ଅଳ୍ପ ଦିନ ହେଲା ବିବାହ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି। ସେପଟେ ଅମୁଲ୍ୟଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦିଆଯିବା ପାଇଁ ଦାବୀ ହୋଇଛି। ପ୍ରକାଶ ଥାଉକି ୩ ମାସ ପୂର୍ବେ ହିନ୍ଦୁସ୍ଥାନ ନାମକ ଏକ କମ୍ପାନୀ ଚୁକ୍ତି ଭିତ୍ତିରେ ଏମାନଙ୍କୁ ନିଯୁକ୍ତି ଦେଇଥିଲା। କେଉଁ ପରିସ୍ଥିତିରେ ନୂତନ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ଚଢିବା ପାଇଁ କୁହାଯାଇଥିଲା ଓ କିଏ ନିର୍ଦ୍ଦେଶ ଦେଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି ଦାବି ହୋଇଛି।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )