ବିଦ୍ୟୁତ ଆଘାତରେ ଯୁବକର ମୁତ୍ୟୁ ।

0 333

ଭଞ୍ଜନଗର,୧୭/୧୧(ପିପିଟି):ଘର ଭିତରେ ବିଦ୍ୟୁତ ତାର ଲଗାଇବା ସମୟରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ବ୍ଳକ୍ ବ୍ରାହ୍ମଣପଦର ଗ୍ରାମରେ। ଗ୍ରାମର କୈବଲ୍ୟ ନାୟକର ପୁଅ ପ୍ରଶାନ୍ତ ନାୟକ(୨୯) ଆଜି ସଂନ୍ଧ୍ୟାରେ ଘର ଭିତରେ ଅନ୍ଧାର ଥିବାରୁ ବିଦ୍ୟୁତ୍ ବୋର୍ଡରେ ଏକ ତାର ଲଗାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପ୍ରଶାନ୍ତ ବିଦ୍ୟୁତ୍ ତାରରେ ଲାଗି ପାଟି କରିଥିଲେ। ପରିବାର ଲୋକ ସେଠାକୁ ଦୌଡି ଆସିବା ସମୟରେ ସେ ବିଦ୍ୟୁତ୍ ତାର୍ରେ ଲାଗି ରହିଥିଲେ। ତାଙ୍କ ଖୁଡି ଏକ କାଠ ଫାଳିଆ ଧରି ବାଡେଇବାରୁ ସେ ତଳେ ପଡିଯାଇଥିଲେ। ପରିବାର ଲୋକ ଏକ ଅଟୋରେ ତୁରନ୍ତ ମେଡିକାଲ୍ ଆଣିଥିବା ବେୟଳେ ଡାକ୍ତର ସେଠାରେ ପ୍ରଶାନ୍ତକୁ ମୃତ ଘୋଛଷଣା କରିଥିଲେ। ପ୍ରଶାନ୍ତ ଗତ ୭ ମାସ ତଳେ ବିବାହ କରିଥିବା ବେଳେ ନବ ବିବାହିତ ସ୍ତ୍ରୀ ଓ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ମେଡିକାଲ୍ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.