ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ ।

0 277

ବେଲଗୁଣ୍ଠା,୨୩/୧୧(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ ତନରଡା ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟରେ ଆୟୋଜିତ ଏକ ଅଭିଭାବକ ସମ୍ମିଳନୀରେ ଉପସ୍ଥିତ ଅଭିଭାବକ ମାନେ ପ୍ରତାପ କୁମାର ବିଷୋୟୀଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ଏହି ଅବସରରେ କାର୍ଯ୍ୟକ୍ରମର ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନୀଲ୍ କୁମାର ପାଠୀ ଯୋଗ ଦେଇ ବିଦ୍ୟାଳୟକୁ ନିଜର ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ନୂତନ ପରିଚାଳନା କମିଟିକୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସରପଞ୍ଚ ଶ୍ରୀ ପାଠୀ ବିଦ୍ୟାଳୟକୁ ପାଣି ପମ୍ପ୍, ପାଣି ଟାଙ୍କି ଏବଂ ଏକ ଇନଭର୍ଟର୍ ଯୋଗାଇଦେବେ ବୋଲି ପ୍ରତିଶୃ୍ତି ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବ୍ଳକ୍ ର ପୂର୍ବତନ ଶିକ୍ଷା ଅନୁପରିଦର୍ଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ପରିଚାଳନା କମିଟି ଏବଂ ଗ୍ରାମର ଶିକ୍ଷାବିତ୍ ମାନେ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.