ବିଜେପି ପକ୍ଷରୁ ଖବର କାଗଜ ବିତରକ ମାନଙ୍କୁ ସମ୍ମାନିତ କରିବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ ।

0 83

ବ୍ରହ୍ମପୁର,(ପିପିଟି)୧୦/୦୫,ବ୍ରହ୍ମପୁର ସହରରେ ବିଗତ କିଛି ଦିନ ଧରି ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।ଖବର କାଗଜକୁ ଘରେ ଘରେ ପହଞ୍ଚାଉଥିବା ବିତରକ ବନ୍ଧୁ ମାନଙ୍କୁ ବିଜେପି ପକ୍ଷରୁ ସମ୍ମାନିତ କରିବା ସହ ମାସ୍କ,ଚାଉଳ,ଡାଲି,ଅଟା,ତେଲ,ଲୁଣ,ସୋୟାବିନ,ଚୁଡା,ଚିନି ଓ ସାବୁନ ଭଳି ବିଭିନ୍ନ ଅତ୍ଯାବଶ୍ଯକ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି ।ବ୍ରହ୍ମପୁର ସ୍ଥିତ ଗାନ୍ଧୀ ନଗର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଏହାର ଶୁଭାରମ୍ଭ କରିଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଏହାକୁ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶିଶିର ପାଢୀ,କାମନା ପାଢୀ,ନିରଞ୍ଜନ ପାଣିଗ୍ରାହୀ,ପ୍ରବୀର ପାତ୍ର,ପ୍ରଭାତ ଷଡଙ୍ଗୀ,ଶରତ ସାହୁ,ଗୋପୀନାଥ ପଣ୍ଡା,ଏନ.ରାଜେନ୍ଦ୍ର କୁମାର,ମଦନ ମୋହନ ପାତ୍ର ,ସିଦ୍ଧାନ୍ତ ଗଙ୍ଗଦେବ,ନମିତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.