ବିଜେଡି ଟିକେଟ ପାଇଲେ ହିମାଂଶୁ ସାମଲ ।

0 330

ମାଲକାନଗିରି,୨୦/୦୧(ପିପିଟି): ମାଲକାନଗିରି-୩ ଜିଲ୍ଲାପରିଷଦ ଆସନଟି ଅଣ ସଂରକ୍ଷିତ ହୋଇଥିଲା ବେଳେ ଏହି ଆସନରୁ ହିମାଂଶୁ ସାମଲଙ୍କୁ ଟିକେଟ ଦେବା ପାଇଁ ଦଳ ସ୍ଥିର କରିଛି । ଏହି ଆସନରୁ ବିଜେଡି ଟିକଟ ପାଇବା ପାଇଁ ବିଦେଶୀ ପ୍ରହରାଜ,ଡନେଲ ପଟଲା,ବାଲେୟନ୍ତୀ ଗୋପାଲ, ସହଦେବ ମୁଦୁଲି,ଜିଲ୍ଲା ପରିଷଦ ସଦସ୍ଯା ଦହନା ଟାଙ୍ଗୁଲୁ ମୁଖ୍ଯତଃ ଆଶାୟୀ ଥିଲେ । ମାଲକାନଗିରି -୩ ଜୋନରେ ପାଣ୍ଡ୍ରପାଣି, ମାର୍କାପଲ୍ଲୀ,ବୀରଲକ୍ଷ୍ମଣପୁର,ପେଦାୱାଡା,ଗଙ୍ଗଲା ଶେରପାଲ୍ଲୀ ଆଦି ୬ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ଅଟେ ।ହିମାଂଶୁ ସାମଲ ୧୯୯୦ ମସିହାରୁ ଜନତା ଦଳର ସକ୍ରିୟ କର୍ମୀ ଭାବରେ କାର୍ଯ୍ଯ କରି ଆସୁଥିବା ବେଳେ ସେ ଜନତା ଦଳ ଜିଲ୍ଲା ସଂପାଦକ ରହିଥିଲେ । ୧୯୯୭ ମସିହାରେ ନୂତନ ଭାବେ ବିଜେଡି ଗଠନ ହେବା ପରେ ବିଜୁ ଜନତା ଦଳର ରାଜ୍ଯ କାର୍ଯ୍ଯକାରେଣୀ ସଦସ୍ଯ ଭାବେ ହିମାଂଶୁ ସାମଲ ସୁଚାର ରୂପେ ଦାୟତ୍ବ ନିର୍ବାହ କରିଥିଲେ । ଶ୍ରୀ ସାମଲ ୨୦୦୦ ମସିହା ରୁ ୨୦୦୬ ପର୍ଯ୍ଯନ୍ତ ପୁନଶ୍ଚ ବିଜେଡିର ସାଧାରଣ ସଂପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ବିଜେଡି ତାଙ୍କର ଉପରେ ଭରସା କରି ମାଲକାନଗିରି ଜୋନ-୩ ଜିଲ୍ଲା ପରିଷଦ ଆସନରୁ ଟିକେଟ ପ୍ରଦାନ କରି ନିର୍ବାଚନ ଲଢିବା ପାଇଁ ଆଶା ପୋଷଣ କରିଛି । ଏହି ଆସନରୁ ବିଜେଡି ପ୍ରାର୍ଥିମାନେ ୩ ଥର ବିଜୟ ଲାଭ କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ଯ ଭାବରେ ବିଜେଡିରୁ ଟିକେଟ ପାଇ ଶିବ ଖେମୁଡୁ ୨୦୦୨ରୁ ୨୦୦୭, ପ୍ରଶାନ୍ତିଲତା ବିଷୋୟୀ,୨୦୧୨ରୁ ୨୦୧୭, ଦହନା ତାଙ୍ଗୁଲୁ ୨୦୧୭ ରୁ ବର୍ତ୍ତାମାନ ପର୍ଯ୍ଯନ୍ତ ବିଜୟ କରେଇବାରେ ବଳିଷ୍ଠ ଭୂମିକା ରହିଛି । ସେ ଜଣେ ବିଜେଡିର ସୁସଂଗଠକ ଭାବେ ଏ ଅଞ୍ଚଳରେ ଜଣାଶୁଣା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.