ନୟାଗଡ,(ପିପିଟି ନ୍ଯୁଜ୍)୨୧/୦୪-ମହାମାରୀ କରୋନା ଭୁତାଣୁ ରେ ସାରାବିଶ୍ୱଚିନ୍ତିତ ଥିବା ବେଳେ ରକ୍ତ ର ଆବଶ୍ୟକତା କୁ ଉପଲବ୍ଧ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ସକାଳ ୮ଟାରୁ ୧୧ଟା ମଧ୍ୟ୍ୟ ରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାଯ୍ୟକ୍ରମରେ ୨୦ୟୁନିଟ ରକ୍ତ ସଂଗୃହିତ କରାଯାଇଛି । ଉକ୍ତ କାଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜୁ ଜନତା ଦଳର ସଂପାଦକ ଓ ସମାଜସେବି ସଚିକାନ୍ତ ଷଡ଼ଙ୍ଗୀ, ସହ ସଂପାଦକ ଜ୍ୟୋତି ରଞ୍ଜନ ଦାସ, ରଣପୁର ନିର୍ବାଚନ ମଣ୍ଡଳୀ ର ସଭାପତି ବନମାଳୀ ମହାପାତ୍ର, ମନୋରଞ୍ଜନ ସେଠି, ପ୍ରମୁଖ ଯୋଗ ଦେଇଥିଲେ !ଏଥିରେ ଆୟୁଷ ଡାକ୍ତର ଚିତ୍ର ଲେଖା ମହାପାତ୍ର, ଡାକ୍ତର ଅମିତ ପଟ୍ଟନାୟକ, ଫକୀରମୋହନ ସାମନ୍ତରାୟ ସହଯୋଗ କରିଥିଲେ ।
ରିପୋର୍ଟ -ସୁଶାନ୍ତ ପ୍ରଧାନ ।
Next Post