ବିକ୍ରି ହେଉଥିବା ବେଳେ କୋଟଗଡ ବନବିଭାଗ ଦ୍ୱାରା ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର ।

0 252

ବାଲିଗୁଡ଼ା,୩୧/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ ଅଭୟାରଣ୍ୟ ରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀ ମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବା ବେଳେ କୋଟଗଡ ବନ ବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ବ ରେ ଏକ ଟିମ୍ ଶ୍ରୀରାମପୁର ଜଙ୍ଗଲ ମାଦାଗୁଡା ଠାରେ ବିକ୍ରୀ ପାଇଁ ଡିଲ ବେଳେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଧରିଥିବା ବେଳେ ଶିକାରୀ ଫେରାର ହୋଇ ଯାଇଥିବା ଜଣାପଡିଛି। ରାଜ୍ୟରେ ବିରଳ ବଜ୍ରକାପ୍ତା ରାକେଟ ସକ୍ରିୟ ଥିବା ବେଳେ ପୁର୍ବରୁ ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା, କ. ନୂଆଗାଁ ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ଧରା ଯାଇଥିବା ବେଳେ କୋଟଗଡ ବନବିଭାଗ ଆଉ ଏକ ବଜ୍ରକାପ୍ତା ଧରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣୁ ସାଧାରଣ ଲୋକ ସଚେତନ ହେଲେ ଏଭଳି ବିରଳ ଜୀବ ଜନ୍ତୁ ସୁରକ୍ଷା ରହିବ ବୋଲି ଡିଏଫଓ ବିଶ୍ୱ ରାଜ ପଣ୍ଡା ପ୍ରକାଶ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.