ବାହାର ରାଜ୍ୟ ଶ୍ରମିକ ଫେରିବା ନେଇ ପ୍ରଶାସନ ପକ୍ଷରୁ ସଜବାଜ ।

0 142

ରାମନାଗୁଡା,(ପିପିଟି ନ୍ଯୁଜ୍)୨୭/୦୪ : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଳକ ଆଖପାଖ ଅଞ୍ଚଳରେ  ଅନ୍ୟ ରାଜ୍ୟ ମାନଙ୍କରୁ ଫେରିବାକୁ ଥିବା ଶ୍ରମିକ   ପ୍ରବାସୀ ଓଡ଼ିଆଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି ।ବିଶେଷ କରି କରୋନା ହଟସ୍ପଟ ପାଲଟି ଥିବା ଦିଲ୍ଲୀ, ମୁମ୍ବାଇ  ଆନ୍ଦ୍ରପ୍ରଦେଶ ଓ କଲିକତା ଫେରନ୍ତା ଓଡ଼ିଆଙ୍କୁ ନେଇ ବେଶୀ ଭୟଭୀତ ଅଞ୍ଚଳବାସୀ ।ମିଳିଥବା ସୂଚନା ଅନୁସାରେ ରାମନାଗୁଡା ବ୍ଳକ ଗୁଣୁପୁର ଥାନା ଅନ୍ତର୍ଗତ ଗୁଣୁପୁର ,ରାମନାଗୁଡା,ପଦ୍ମପୁର, ଗୁଡାରି, କୋଲନରା,ଚନ୍ଦ୍ରପୁର  ବ୍ଳକକୁ ଫେରିବା ନେଇ ପ୍ରଶାସନ ବର୍ତ୍ତମାନ ରାମନାଗୁଡା ବ୍ଳକର ୧୨ଟି ପଞ୍ଚାୟତରୁ ୧୩୩୧ ଶ୍ରମିକ ଆସିବା ପାଇଁ ପଞ୍ଜୀକରଣ ହୋଇଅଛି ।ପାରିଖିତି ପଞ୍ଚାୟତ ପ୍ରାୟ ୧୩୦ରୁ ଉର୍ଦ୍ଧ ଲୋକ ଲାକଡାଉନ ଖୋଲିଲା ପରେ ଦେଶର ବିଭିନ୍ନ ରାଜ୍ୟରୁ ଗ୍ରାମକୁ ଫେରିବେ ବୋଲି ଆକଳନ କରାଯାଇଛି ।ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ ଆଦି ରାଜ୍ୟରେ ଏହି  ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ କାମ ପାଇଁ ଯାଇ ରହିଛନ୍ତି।ଏମାନେ ଲାକଡାଉନ ଉଠିବା ପରେ ନିଜ ଅଞ୍ଚଳକୁ ଫେରିବେ।ଏମାନଙ୍କୁ ସଠିକ ଭାବରେ କ୍ବାରେଟାଇନ ରଖାଯାଇ ସ୍ଲାବ ପରୀକ୍ଷା କରାଯାଇ ଆଇସୋଲେସନ କେନ୍ଦ୍ରରେ ରଖାଯିବା ସ୍ଥାନୀୟ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ।ଏଥିପାଇଁ ରାଜ୍ୟ ସରକାର ପକ୍ଷରୁ ସମସ୍ତ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି।ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ନିଜ ପଞ୍ଚାୟତରେ  ନିଜ ନାମକୁ ପଞ୍ଜିକୃତ କରିବା ବାଧ୍ୟତାମୂଳକ କରାଯାଇଛି ।ସେହିପରି ଭାମିନି ପଞ୍ଚାୟତରେ ୨୧୩ଜଣ ଶ୍ରମିକ ଫେରିବା ନେଇ ଶ୍ରମିକ ପଞ୍ଜିକରଣ କରିଥିବା ବେଳେ ବୃତିଂ ପଞ୍ଚାୟତରେ ୭୭ଜଣ,ଗୁଲୁମୁଣ୍ଡାରେ ୧୭୦ଜଣ,ଗୁଲୁଣ୍ଠି ପଞ୍ଚାୟତରେ ୪୭ଜଣ,ଗୋସାଇଁ ଗୁଲୁମୁଣ୍ଡାରେ ୯୫ଜଣ,ଗୋଗୁପାଡୁରେ୪୨ଜଣ,ନିଲାମଗୁଡାରେ ୧୧୨ଜଣ,କୁଜେନ୍ଦ୍ରୀ ପଞ୍ଚାୟତରେ ୧୧୭ଜଣ,ପାରିଖିତି ପଞ୍ଚାୟତରେ୧୩୦ଜଣ,ପେଣେକାମରେ ୧୦୨ଜଣ,ସୁଣ୍ଡିଢାମୁଣୀରେ ୮୦ଜଣ ରହିଥିବା ବେଳେ ଉକୁମ୍ବା ପଞ୍ଚାୟତରେ ୧୪୬ଜଣ ଶ୍ରମିକ ପଞ୍ଜିକରଣ କରିଥିବା ବ୍ଲକପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.