***ବାସ୍ନା***

0 24

ତୋ ମୋ ଭିତରେ
ଗଢି ଉଠୁଥିବା ସଂପର୍କ ଇ ପ୍ରେମ
ନିକଟରୁ ଅତି ନିକଟତର
ହେଉଥିବା ମନ ଇ ଭଲ ପାଇବା
ଶୂନ୍ୟତା ଅନୁଭବୁଥିବା ହୃଦୟ ଇ
ବିରହ ବେଦନା…!!
ଏବେ ଆଉ ଏକା ଏକା ଜୀଇଁବା
ବଡ଼ କଠିନ,ଯୋଉ ଦିନ ଏହି ଆଖି
ଅଟକି ଗଲା ତୋ’ଠି….
ଆଉ ପାଦ ଦିଇଟା ବାନ୍ଧି ହୋଇ ଗଲା
ସବୁ ଚଲାପଥ, ଯେମିତି କିଏ
କଣ୍ଟା ବିଛାଇ ଦେଲା ସର୍ବତ୍ର…!!
ମନଟା ବି ଆଉ ଉଡି ପାରୁ ନି
ସ୍ବାଧୀନତାର ଡେଣା ମେଲି ଗଗନରେ
ମନ ପକ୍ଷୀ ଆପେ ଆପେ ବନ୍ଧନ
କେଉଁ ରୂପସୀର କୁହୁକ ହସରେ
ଏଠି ସ୍ବପ୍ନ ଗୁଡ଼ାଏ ଆସୁଛନ୍ତି ନିଶାର୍ଦ୍ଧରେ
ଆଖି ର ନିଦ୍ରା ଭାଙ୍ଗିବାକୁ…!!
ମୁଠାଏ ପ୍ରେମ ପାଇଁ ଆଞ୍ଜୁଳାଏ ଲୁହ
ଛାତିଏ ତାତି ପାଇଁ ପ୍ରୀତି ଛାୟା ର ଅସ୍ତିତ୍ବ
ଖାଲି ମରୁ ଭୂମିରେ ପାଣି ଟୋପାଏ
ଖୋଜୁଥିବା ପ୍ରାଣ ଇ ମିଳନର ବାସ୍ନା…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.