ବହୁଜନ ଅଧିକାର ପାଇଁ ପ୍ରସ୍ତୁତି ବୈଠକ ।

0 112

ମାଲକାନଗିରି ,୧୦/୦୨(ପିପିଟି): ଆସନ୍ତା ୨୮ ତାରିଖରେ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିବା ବହୁଜନ ଅଧିକାର ସମାବେଶକୁ ସଫଳ କରିବା ସଂପର୍କରେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଏକ ଜିଲ୍ଳା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଓଡ଼ିଶାରେ ଏସସି/ଏସଟି/ଓବିସି ରାଜ୍ୟ ଜନସଂଖ୍ୟାର ନବେ ଭାଗ ହୋଇଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସମ୍ବିଧାନ ଦ୍ବାରା ପ୍ରଦତ୍ତ ସମସ୍ତ ଅଧିକାର ମିଳିପାରି ନାହିଁ। ଭୂମିହୀନଙ୍କୁ ଘରଡିହ ନଥିବା ବେଳେ ଚାଷୀମାନଙ୍କୁ ଚାଷ ଜମି ମିଳି ନାହିଁ । ସେହି ପରି ଏସସି/ଏସଟି ନିର୍ଯାତନା ଆଇନକୁ କଡାକଡି ଲାଗୁ କରାଯାଇନଥିବା ଆଲୋଚନା ହୋଇଥିଲା। ସେହି ପରି ଓବିସି ଙ୍କ ଜାତି ଗଣନା କରାଯାଇ ସଂଖ୍ୟାନୁପାତିକ ସଂରକ୍ଷଣ ଲାଗୁ କରିବା, ସଂଖ୍ୟାଲଘୁ କମିଶନ କମିଶନ ଗଠନ କରିବା ଏବଂ ଆଦିବାସୀ ଅଞ୍ଚଳରେ ପେସା ଆଇନ୍ ଲାଗୁକରାଯାଇ ଜମି ଜଳ, ଜଙ୍ଗଲ ଉପରେ ଆଦିବାସୀ ଅଧିକାରକୁ ପ୍ରଦାନ କରିବା ଆଦି ୨୩ ଗୋଟି ଦଫା ଦାବୀ ସଂମ୍ପର୍କରେ ଏହି ସଭାରେ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଜିଲ୍ଲା ର ୭ ଗୋଟି ବ୍ଲକ୍ ରୁ ବିଭିନ୍ନ ସଂଗଠନ ଓ ନେତୃ ବୃନ୍ଦ ଯୋଗଦେଇଥିଲେ। ତନ୍ମଧ୍ୟରୁ ଜିଲ୍ଲା ଆଦିବାସୀ ମହାସଂଘ, ସର୍ବ ଭାରତୀୟ ମତୁଆ ମହାସଂଘ, ଗୁରୁଚାନ୍ଦ ଆମ୍ବେଦକର ବିଚାର ମଞ୍ଚ,ଏସସି , ଏସଟି ମିଳିତ କ୍ରିୟନୁଷ୍ଠାନ କମିଟି, ଜିଲ୍ଲା ଡିଡାଇ ସମାଜ ଏବଂ ଅନେକ ବୁଦ୍ଧିଜିବୀ ଯୋଗ ଦେଇଥିଲେ। କେ ଦେଶୀ ରାଜୁ ଅଚାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କମିଟି ପକ୍ଷରୁ ବିଶିଷ୍ଟ ସ୍ତମ୍ଭକାର ଧୀମାନ ମାନସ ଜେନା ଓ ସଂଗଠକ ଧୀମାନ୍ ଅଭିରାମ ମଲ୍ଲିକ, ଘନଶ୍ୟାମ ମାଡକାମୀ, ଲକ୍ଷ୍ମଣ ଘରାମୀ, ଜାରାଶବର ମାଢ଼ି, ଲାଛା ମୁଦୁଲି, ସୋନୁ ଅନୁଗୁ, ଶିଶିର ମଣ୍ଡଳ, ଡମ୍ବରୁ ବାଗ, ବଳରାମ ଅନୁଗୁଳିଆ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.