ବରିଷ୍ଠ କଂଗ୍ରେସ ନେତା ନୃସିଂହ ଚରଣ ରଥଙ୍କ ଦେହାନ୍ତ ।

0 380

ଭଞ୍ଜନଗର,୧୨/୦୮(ପିପିଟି); ଆଜି ଭୋର ୫ଟା ୧୫ମିନିଟ ସମୟରେ ଭଞ୍ଜନଗର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା,ପିସିସି ସଭ୍ୟ ତଥା ଆଇନଜୀବୀ ନୃସିଂହ ଚରଣ ରଥଙ୍କ ନିଜ ବାସଭବନରେ ପରଲୋକ ଘଟିଛି । ସେ ପୂର୍ବତନ ବାଚସ୍ପତି ତଥା ଟାଣୁଆ କଂଗ୍ରେସ ନେତା ସ୍ବର୍ଗତ ସୋମନାଥ ରଥଙ୍କ ପୁତ୍ର ଥିଲେ । ଗତ କିଛି ବର୍ଷ ହେଲା ସେ କର୍କଟ ରୋଗରେ ପୀଡିତ ଥିଲେ।ସ୍ବର୍ଗତ ରଥ ଜଣେ ମେଳାପୀ, ପରୋପକାରୀ ଓ ଭଲ ସଂଗଠକ ଥିଲେ।ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ଦଳୀୟ କର୍ମୀ, ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ନିକଟସ୍ଥ ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.