ବଜ୍ରପାତରେ ଜଣେ ଚାଷୀ ମୃତ ।

0 529

ଶେରଗଡ,(ପିପିଟି ନ୍ଯୁଜ୍)୨୪/୦୪- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ  ଗୁରୁବାର ଅପରାହ୍ନ ପ୍ରାୟ ୪ଟା ବେଳେ ବଜ୍ରପାତ ସହ ବର୍ଷା ହୋଇଥିଲା।ଉକ୍ତ ଗ୍ରାମର ବୁଲୁ ଖଟେଇ ବୟସ ( ୩୦ ) ନିଜ ବିଲରେ କୋବି ସଜାଡୁ ଥିବା ବେଳେ ବଜ୍ରପାତ ଲାଗି ଅଚେତ ହୋଇ ବିଲରେ ପଡିଥିଲା। ପରେ ତାଙ୍କର ବିଲରେ ମୃତ୍ୟୁ ହୋଇଥିଲା।ପରିବାର ଲୋକ ଖୋଜାଖୋଜି ପରେ ଭୋରରୁ ତାଙ୍କ ଶବ କୋବି ବିଲରେ ପଡିଥିଲା।ଏ ନେଇ ଶେରଗଡ଼ ଥାନା ଓ ଶେରଗଡ଼ ତହସିଲକୁ ଖବର ଦେଇଥିଲେ।ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଓ ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଶେରଗଡ଼ ପୋଲିସ ଶବ କୁ ଜବତ କରି ଏକ ଅପମୃତ  ମାମଲା ୧/୨୦ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଛନ୍ତି।ବୁଲୁ ଜଣେ ପନିପରିବା ଚାଷୀ ଅଟନ୍ତି ସେ ଅପରାହ୍ନ ରେ ବିଲକୁ କୋବି ତୋଳି ବାକୁ ଯାଇଥିଲା ।ସେହି ସମୟରେ ଘଡ ଘଡି ସହ ବର୍ଷା ହୋଇଥିଲା ।ବଜ୍ରପାତରେ ସେ ଗୁରୁତର ଭାବେ ଅଚେତ ହୋଇଥିଲା।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.