ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ ।

0 276

ବ୍ରହ୍ମପୁର ,୦୨/୧୨(ପିପିଟି): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବଡଗଡ଼ ଥାନା ସାଆବା ପଞ୍ଚାୟତ ଖାରିପଲ୍ଲୀ ଓ ଅର୍ଜୁନପଲ୍ଲୀ ଅଞ୍ଚଳରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ସଫା କଲା ଅବକାରୀ ବିଭାଗ ଓ ପୋଲିସ ଟିମ । ୧୨୨ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଚଢ଼ାଉ ରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଅବକାରୀ ବିଭାଗ , ବନ ବିଭାଗ ଶେରଗଡ଼ , ବଡ଼ଗଡ଼ , ଧରାକୋଟ ପୋଲିସ , ସୋରଡ଼ା ପୋଲିସ , ଗୁଇନ୍ଦା ସଂସ୍ଥା , ବିଦ୍ୟୁତ୍ କର୍ମଚାରୀ , ଧରାକୋଟ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ସୋରଡ଼ା ସହ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କର୍ମଚାରୀମାନେ ମିଳିତ ଭାବେ ଗଞ୍ଜେଇ ଗଛ କଟା ଅଭିଯାନରେ ସାମିଲ ହୋଇଥିଲେ । ଗଞ୍ଜେଇ ଗଛକୁ କାଟିବା ପରେ କିରୋସିନ ପକାଇ ସମସ୍ତ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଗଞ୍ଜେଇ ଗଛ କଟା ସରିଛି । ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆସ୍କା ଏସଡ଼ିପିଓ ଉମା ଶଙ୍କର ସିଂହ । ପ୍ରଶାସନ ତରଫରୁ ଗଞ୍ଜେଇ ଚାଷ ନକରିବା ପାଇଁ ପରାମର୍ଶ ଦେଲେ ମଧ୍ୟ ଲୋକେ ସଚେତନ ହେଉନଥିବା ପରିଲକ୍ଷିତ ହେଉଛି । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଶାସନ ଲୋକ ମାନଙ୍କୁ ଅବଗତ କରାଇଲେ ମଧ୍ୟ ଲୋକେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.