ପ୍ରବାସୀ ଓଡିଆଙ୍କ ସଙ୍ଗରୋଧ କେନ୍ଦ୍ରରେ ଅବଧି ଶେଷ ହେବା ପରେ ସମ୍ବର୍ଦ୍ଧନା ଦେଇ ଛଡାଗଲା ।

0 81

ଜଗନ୍ନାଥ ପ୍ରସାଦ,(ପିପିଟି ନ୍ଯୁଜ୍)୨୫/୦୫, ସୋମବାର ଦିନ ଧରଣୀ ଧର ଉଚ୍ଚ ବିଦ୍ୟାଳୟ , ଜଗନ୍ନାଥ ପ୍ରସାଦ ଠାରେ ପ୍ରବାସୀ ଓଡ଼ିଆ ବା ସୁରତ ଫେରନ୍ତା ମାନଙ୍କ ନିମନ୍ତେ ହୋଇଥିବା କରୋଣ୍ଟାଇନ ସେଣ୍ଟର ଠାରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅବଧି ସରି ଯାଇଥିବା ଯୋଗୁଁ ସେମାନଙ୍କୁ ସକାଳ ଜଳଯୋଗ ସାରିବା ପରେ ବରଗାଁ ଗ୍ରାମ ପଞ୍ଚାୟତ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ବହୁ ସମାରୋହରେ ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜ ନିଜ ଗ୍ରାମକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ସମସ୍ତେ ସୁସ୍ଥ ଥିବା ଯୋଗୁଁ ସମସ୍ତଙ୍କୁ ସୁସ୍ଥତା ନିମନ୍ତେ ପଞ୍ଚାୟତ ତରଫରୁ ସୁସ୍ଥତା ପ୍ରମାଣ  ପତ୍ର ପ୍ରଦାନ କରା ଯାଇଥିଲା ଏହି ବିଦାୟ  କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସ୍ଥାନୀୟ ସରପଞ୍ଚ ଉମା ଶଙ୍କର ବାରିକ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ ଏବଂ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାର ନାଥ ସାମଲଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଯୋଗଦାନ କରି ପ୍ରବାସୀ ଓଡ଼ିଆ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ପଞ୍ଚାୟତ ତରଫରୁ ସେମାନେ ଯିବାନିମନ୍ତେ ଯାନ ବାହାନ ବ୍ୟବସ୍ଥା କରି ନିଜ ନିଜ ଗ୍ରାମରେ ଛଡା ଯାଇଥିଲା ।
ରିପୋର୍ଟ – ବିକାଶ କୁମାର ମହାପାତ୍ର

Leave A Reply

Your email address will not be published.