ପ୍ରବସୀ ଓଡ଼ିଆ ମାନଙ୍କ ଦାବି ପୁରଣ ଏବଂ ନିଜର ପ୍ରାପ୍ୟ ରାଶି ନ ମିଳିବାରୁ ବ୍ଲକ ପରିସରରେ ଧାରଣା ।

0 1,580

ସାନଖେମୁଣ୍ଡି,୦୬/୦୮(ପିପିଟି); ସମ୍ପ୍ରତି କରୋନା ମହାମାରୀ ସାରା ବିଶ୍ୱକୁ ନିଜ କବଳରେ ରଖିଥିବା ବେଳେ ଏହା ପ୍ରବାସି ଓଡ଼ିଆ ମାନଙ୍କ ଜୀବନ ଜୀବିକା ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକେଇଛି । ମହାମାରି କରୋନା କବଳରୁ ରକ୍ଷା ପାଇବା ପାଇଁ ପ୍ରବସୀ ଓଡ଼ିଆ ମାନେ ବାଧ୍ୟହୋଇ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏନେଇ ମାନ୍ୟବର ରାଜ୍ୟସରକାର ପ୍ରବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ ମଧ୍ୟ କରିଥିଲେ । ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହେଲା ତାହା ଆଜି ଦେଖିବାକୁ ମିଳିଥିଲା ସାନଖେମୁଣ୍ଡି ବ୍ଲକରେ । ସାନଖେମୁଣ୍ଡି ବ୍ଲକର ହଜାର ହଜାର ଶ୍ରମିକ ବିଭିନ୍ନ ଗ୍ରାମକୁ ଆସିଥିବା ବେଳେ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ହେଲା ସେମାନଙ୍କୁ ନିଜର ପ୍ରାପ୍ୟ ରାଶି ଏବେ ପର୍ଯ୍ୟନ୍ତ ମିଳିଲାନାହିଁ କି ସେମାନଙ୍କୁ କୌଣସି କାମରେ ମଧ୍ୟ ନିୟୋଜିତ କରାହେଲାନି । ସଙ୍ଗରୋଧ କେନ୍ଦ୍ରରେ ସରକାର ଧାର୍ଯ୍ୟ କରିଥିବା ଦୁଇ ହଜାର ଟଙ୍କା ଆଜି ଯାଏଁ ମିଳିଲା ନାହିଁ । ସ୍ଥାନୀୟ ପ୍ରଶାସନ ମଧ୍ୟ ନିରବ ଥିବାରୁ ଏହି ସବୁକୁ ଦୁର୍ଷ୍ଟିରେ ରଖି ଆଜି ବିଭିନ୍ନ ପଞ୍ଚାୟତରୁ ଶ୍ରମିକ ମାନେ ଆସି ସାନଖେମୁଣ୍ଡି ବ୍ଲକ ପରିସରରେ ଧାରଣା ଦେଇଥିଲେ । କିଛି ଦିନ ପୂର୍ବେ ୬୨ନମ୍ବର ଜୋନ୍ ର ଜିଲ୍ଲାପରିଷଦ ଗଦାଧର ସ୍ୱାଇଁ ଏବଂ ସାନଖେମୁଣ୍ଡି ବ୍ଲକ ଯୁବମୋର୍ଚ୍ଚା ସଭାପତି ଏମ ଚିନ୍ମୟ ରେଡି ୭ଦଫା ଦାବି ପତ୍ର ନେଇଁ ବିଡ଼ିଓଙ୍କୁ ଦେଇଥିଲେ କିନ୍ତୁ ଏହା କାର୍ଯ୍ୟ କାରିହେଲାନି । ସାନଖେମୁଣ୍ଡି ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଠୁ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ବ୍ଲକର ପ୍ରାୟ ପ୍ରବସୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ରାଶି ପ୍ରଦାନ କରାଯାଇଛି କିଛି କିଛି ପଞ୍ଚାୟତ ରେ ଦିଆଯାଇନାହିଁ ଅତି ଶୀଘ୍ର ସେମାନଙ୍କୁ ପ୍ରାପ୍ୟ ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.