ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମାଣରେ ଦୁର୍ନୀତି ।

0 131
କଳାହାଣ୍ଡି,(ପିପିଟି)୧୦/୦୫,ସରିନି ରାସ୍ତା ତିଆରି କାମ ଉଠି ଜାଉଛି ପିଚୁ ରାସ୍ତା । ଯେଉଁ ଯାଗାରେ ହାତ ମାରିଲେ ସେଥିରୁ ଧୁଳି ବାଲି ସହ ରାସ୍ତା ଉପରୁ ବାହାରି ପଡୁଛି ପିଚୁ ।ଏହା ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କେନ୍ଦୁଗୁଡା ଠାରୁ  ପାଇକପଡ଼ାକୁ ଯୋଗାଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର କାର୍ଯ୍ଯ । ଏହି କାମ ଟି ୪ କୋଟି ୯୦ ଲକ୍ଷ ୬୫ ହଜାର ଅଟକଳ ମୁଲ୍ୟ ରେ ଦିର୍ଘ ୧୫ କିମି ୭୦୦ ମିଟର ର ପ୍ରଧାନ ମନ୍ତ୍ରୀ ସଡକ ଯୋଜନା କାର୍ଯ୍ଯ ଆରମ୍ଭ ରୁ ହି ନିମ୍ନମାନର ହେଉଥିବାର ଅଭିଯୋଗ ହେଉଥିଲେ ମଧ୍ଯ ବିଭାଗୀୟ ଅଧିକାରୀ କର୍ଣପାତ କରୁନାହାନ୍ତି ଫଳରେ ଠିକାଦାର ମନମୁଖୀ କାର୍ଯ୍ଯ  ଚଲାଇଛନ୍ତି  ବୋଲି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।ଉକ୍ତ ରାସ୍ତା କେନ୍ଦୁଗୁଡା ଠାରୁ ପାଇକପଡା ଭାୟା ଜୟନ୍ତପୁର ଦେଇ ନିର୍ମାଣ କାର୍ଯ୍ଯ ଚାଲୁରହିଛି ।ଗତକାଲି ସନ୍ଧ୍ୟା ସମୟରେ ବାରିକପଡା ଦେଇ ଯାଇଥିବା ଉକ୍ତ ରାସ୍ତାରେ ପିଚୁ କାର୍ଯ୍ଯ କରାଯାଇଥିଲା କିନ୍ତ ସକାଳୁ ହାତ ଓ ଗୋଡ ମାରିଦେଲେ ପିଚୁ ଖୋଲିଯାଉଥିବାର ଦୃଶ୍ଯ ସାମ୍ନାକୁ ଆସିଥିଲା ଫଳରେ ଲୋକେ ଉତ୍ତେଜିତ ହୋଇପଡିଥିଲେ ।ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ନିର୍ମାଣ କାର୍ଯ୍ଯ କୁ ବିରୋଧ କରିବା ସହ ଘଟଣା ସମ୍ପକରେ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ  ଜଣାଇଥିଲେ ।ତୁରନ୍ତ ବିଭାଗୀୟ  ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ପହଞ୍ଚି ପିଚୁ କାର୍ଯ୍ଯ ନିରୀକ୍ଷଣ କରି ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ୱୀକାର କରିବା ସହ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଥିଲେ  ।ବେଶ କିଛି ସମୟ ଧରି ବିଭାଗୀୟ ଅଧିକାରୀଙ୍କ ସହ ଜନସାଧାରଣଙ୍କ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା ।ଯେ ପର୍ଯ୍ୟନ୍ତ ରାସ୍ତାରେ ଦିଆଯାଇଥିବା ପିଚୁ ନ ଉଠି ନୁତନ ଭାବରେ କାର୍ଯ୍ଯ ନ ହୋଇଛି ସେ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରାଇ ଦିଆଯିବ ନାହି ବୋଲି ପିସିସି ସଭ୍ୟ ଦିଗାମ୍ବର ଦୁରିଆ, ଧର୍ମଗଡ ବ୍ଲକ  ବିଜେଡି ସଭାପତି ଟିକମନ ଯାଦବ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଙ୍କ ଆଗରେ ପ୍ରକାଶ କରିଛନ୍ତି ।
ରିପୋର୍ଟ – କୁଲମଣି ସାହୁ ।
Leave A Reply

Your email address will not be published.