ପୋଲସରା ବ୍ଳକ୍ ଢୁଙ୍କାପଡା ପଞ୍ଚାୟତରେ ଡଷ୍ଟବିନ ଦୁର୍ନୀତି,ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତ ବାସୀଙ୍କ ଦାବି ।

0 569

ପୋଲସରା, ୨୨/୦୯(ପିପିଟି) :ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ୍ ରେ ସ୍ୱଚ୍ଛ ଭାରତ ଯୋଜନା ଦ୍ୱାର ଡ଼ଷ୍ଟବିନ୍ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଢୁଙ୍କାପଡା ଗ୍ରାମ ପଞ୍ଚାୟତ ବାସୀଙ୍କ ଅଭିଯୋଗ ପତ୍ରରୁ ପ୍ରକାଶ । ପଞ୍ଚାୟତ ବାସୀଙ୍କ ଅଭିଯୋଗ କ୍ରମେ ୧୬ଗୋଟି ୱାର୍ଡ ବିଶିଷ୍ଟ ଢୁଙ୍କାପଡା ଗ୍ରାମ ପଞ୍ଚାୟତରେ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘର ପିଛା ଡ଼ଷ୍ଟବିନ ଯୋଗାଇ ଦେବା ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲା । କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଡଷ୍ଟବିନ ବଣ୍ଟା ଯାଇ ନାହିଁ କିମ୍ବା ପଞ୍ଚାୟତ ମଧ୍ୟରେ ଥିବା ରାସ୍ତା ପାର୍ଶ୍ଵ ସ୍ଥାନ ମାନଙ୍କରେ ଆବର୍ଜନା ପକାଇବା ନିମିତ ଡଷ୍ଟବିନ ରଖାଯାଇ ନାହିଁ ବୋଲି ଗୁରୁତର ଅଭିଯୋଗ ଅଣାଯିବା ସହ ଏହି ବଣ୍ଟନ ଏବଂ ଡଷ୍ଟବିନ ଛକମାନଙ୍କରେ କାହିଁକି ରଖାଯାଇ ନାହିଁ ବୋଲି ଦାବୀ ପତ୍ରରେ ପଞ୍ଚାୟତ ବାସୀ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ପଞ୍ଚାୟତରେ ଏହିଭଳି ରହସ୍ୟ ଜନକ କାର୍ଯ୍ୟକଳାପକୁ ନେଇ ପଞ୍ଚାୟତ ବାସୀ ପ୍ରବଳ ଦୁର୍ନୀତି ହୋଇଥିବା ସନ୍ଦେହ କରିବା ସହ ,ଉକ୍ତ ବିଷୟକୁ ନିରପେକ୍ଷ ତଦନ୍ତ କରି ଦୁର୍ନୀତି ରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ସହ ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ଓ ସଚିବ ,ମୁଖ୍ୟ ଶାସନ ସଚିବ,ଜିଲ୍ଲାପାଳ ଗଞ୍ଜାମ, ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିର୍ବାରଣ ବିଭାଗ ବ୍ରହ୍ମପୁର ,ଗଞ୍ଜାମ ନିକଟକୁ ପତ୍ର ଯୋଗେ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରତିବାଦ ସହ ଦାବି ଜଣାଇଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.