ବୁଗୁଡା,୧୩/୧୨(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଏବଂ ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର, କାନଶୁକା, ପଙ୍କଳସାହି ଓ ଡେଙ୍ଗାବାଡ଼ି ଗ୍ରାମର ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ସଂଯୋଗୀ କରଣ ପ୍ରକଳ୍ପକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଗୋଳାବନ୍ଧ ଗ୍ରାମର କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଗୌଡ଼ ସମାଜ କୋଠଘରକୁ ଉଦଘାଟନ କରିଛନ୍ତି ।