ପୋଲସରାରେ ଶାସକ ଦଳର କୋଭିଡ ଆଇନ ଉଲ୍ଲଂଘନ ଘଟଣାକୁ ନେଇ ବିଜେପି ତରଫରୁ ଥାନାରେ ଏତାଲା ।

0 105

ପୋଲସରା,୧୩/୦୧(ପିପିଟି): ଗତ କାଲି ଅର୍ଥାତ୍ ୧୨ ତାରିଖ ବୁଧବାର ଦିନ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ କୁ ଲକ୍ଷ୍ଯ ରଖି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତଥା ତାଙ୍କ ସମର୍ଥକ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ନେତୃତ୍ୱରେ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଏବଂ ବୁଗୁଡ଼ା ଉଭୟ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଗୁଡ଼ିକରୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି ସମର୍ଥକ ମାନଙ୍କୁ ନେଇ ପୋଲସରା ବ୍ଲକର ଚିରିକିପଡ଼ା ଶାସନ ପଞ୍ଚାୟତ ସ୍ଥିତ ଚିରିକିପଡା ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଥିବା କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ କରାଯାଇଥିଲା । ବୈଠକରେ ବିଭିନ୍ନ ପଦପଦବୀରେ ପୋଲସରା ବ୍ଲକ୍ ସ୍ତରୀୟ ୩୬ ଜଣକୁ ଏବଂ ବୁଗୁଡ଼ା ବ୍ଲକ୍ ସ୍ତରୀୟ ୨୪ ଜଣଙ୍କୁ ମନୋନୀତ କରାଯାଇ କମିଟି ଗଠନ କରାଯାଇଥିଲା । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶାସକ ଦଳକୁ ଉପଯୋଗ କରି ଖୋଲାଖୋଲି ଭାବେ ଆଚରଣ ବିଧି ଆଇନର ଉଲ୍ଲଂଘନ କରାଯିବା ସହ କୋଭିଡ କଟକଣାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବେଖାତିର କରି କାର୍ଯ୍ୟକ୍ରମ କରିବା ଦ୍ୱାରା ଏହାର କୁ ପ୍ରଭାବ ଜନସାଧାରଣଙ୍କ ଉପରେ ପଡୁଅଛି ବୋଲି ଆଜି ଅର୍ଥାତ୍ ୧୩ ତାରିଖ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଦଳ ତରଫରୁ ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଆଇନକୁ ସମ୍ମାନ ଜଣାଇ ପୋଲସରା ଥାନାରେ ଅଭିଯୋଗ ପତ୍ର ଦେଇଛନ୍ତି । ଦାବି ପତ୍ରରେ ଉକ୍ତ ଘଟଣା ଜନିତ କାର୍ଯ୍ୟକ୍ରମ ସଠିକ୍ ନ୍ୟାୟିକ ତଦନ୍ତ କରି ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପରେ ଏତାଲାର ନକଲ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର , ଗଞ୍ଜାମ ଜିଲ୍ଲାପାଳ , ଛତ୍ରପୁରଙ୍କ ନିକଟକୁ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରେରଣ କରାଯାଇଛି । ଏହି ସମୟରେ ଦଳର ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ଜିଲ୍ଲା ସଧାରଣ ସମ୍ପାଦକ ତଥା ହାତୀଓଟ ମଣ୍ଡଳ ସଭାପତି ଦୀପକ ପ୍ରଧାନ , ମଧୁପଲ୍ଲୀ ପଞ୍ଚାୟତର ରାମଚନ୍ଦ୍ର ପ୍ରଧାନଙ୍କ ସମେତ ଥାନାରେ ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲୀକ ଏବଂ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଙ୍କୁ କାର୍ଯ୍ୟାଳୟରେ ଭେଟ କରାଯାଇ ଅଭିଯୋଗ ଦିଆଯାଇଛି । ଉକ୍ତ ଦାବିପତ୍ର ପ୍ରଦାନ ପରେ ପୋଲସରା ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ମଲ୍ଲିକଙ୍କୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ପ୍ରଶ୍ନ କରାଯିବାରୁ ସିଏ କହିଥିଲେ ନୋ , ହଁ ଗତ କାଲି ଚିରିକିପଡ଼ା ଗ୍ରାମରେ କୌଣସି ଏକ ବୈଠକ କାର୍ଯ୍ୟକ୍ରମ କରାଯାଇଥିବାର ଶୁଣିବାକୁ ମିଳିଛି ଉକ୍ତ କାର୍ଯ୍ୟକ୍ରମ ବିରୁଦ୍ଧରେ ବିଜେପି ତରଫରୁ ଅଭିଯୋଗକରି ଏତାଲା ଦିଆଯାଇଛି । ଏହା ଉପରେ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ କହିଛନ୍ତି । ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କୁ ପଚରାଯିବାରୁ ସିଏ କହିଛନ୍ତି ଯେ , ହଁ ଆଜି ବିଜେପି ତରଫରୁ ଚିରିକିପଡ଼ା ଶାସନ ପଞ୍ଚାୟତରେ ବିଜେଡ଼ି ତରଫରୁ କାର୍ଯ୍ୟକ୍ରମ ଓ ବୈଠକ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ନେଇ ମତେ ବିଜେପି ତରଫରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ର ଦିଆଯାଇଛି । ଦାବିପତ୍ର ଗ୍ରହଣ କରିଛି । ଏହା ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି ବିଡ଼ିଓ ପୋଲସରା ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.